ଓଡ଼ିଶାରେ ୪୫୯୬ କୋଟି ଜିଏସ୍‌ଟି ସଂଗ୍ରହ

ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶରେ ୧.୭୩ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଥିବା ବେଳେ ସେଥିରୁ ୪୫୯୬ କୋଟି ଟଙ୍କା ଓଡ଼ିଶାରେ ସଂଗ୍ରହ ହୋଇଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ୨୦୨୩ ସେପ୍ଟେମ୍ବରରେ ହୋଇଥିବା ୪୨୪୯ କୋଟି ଟଙ୍କା ସଂଗ୍ରହ ତୁଳନାରେ ରାଜ୍ୟରେ ଏଥର ୮ ପ୍ରତିଶତ ଅଧିକ ରାଜସ୍ବ ଆଦାୟ ହୋଇଛି।