ଆଜି ନଭେମ୍ବର ୨୯ ତାରିଖରେ ‘ଆନ୍ତର୍ଜାତିକ ପାଲେଷ୍ଟିନୀୟ ସଂହତି ଦିବସ’ ପାଳିତ ହୋଇ ଆସୁଛି। ଏହି ଦିବସ ପ୍ରତ୍ୟେକ ବ୍ୟକ୍ତି, ରାଷ୍ଟ୍ର ଓ ସଂଗଠନମାନଙ୍କୁ ପାଲେଷ୍ଟିନୀୟଙ୍କ ସହ ଏକତାର ସହ ଛିଡ଼ା ହେବାକୁ ଉତ୍ସାହିତ କରି ଆସୁଛି। ଏଥି ସହିତ ଏହା ଆତ୍ମନିୟନ୍ତ୍ରଣ, ନ୍ୟାୟ ଓ ହିଂସା-ଅତ୍ୟାଚାରମୁକ୍ତ ଜୀବନ ପାଇଁ ପାଲେଷ୍ଟିନୀୟମାନଙ୍କ ଅଧିକାର ଉପରେ ଗୁରୁତ୍ବାରୋପ କରୁଛି। ୧୯୪୭ ମସିହା ନଭେମ୍ବର ୨୯ ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏକ ଐତିହାସିକ ପ୍ରସ୍ତାବ ଗୃହୀତ ହୋଇଥିଲା, ଯେଉଁଥିରେ ପାଲେଷ୍ଟାଇନ୍କୁ ପୃଥକ୍ ଇହୁଦୀ ଓ ଆରବ ରାଷ୍ଟ୍ରରେ ବିଭକ୍ତ କରି ଜେରୁଜେଲମ୍କୁ ଏକ ଅନ୍ତର୍ଜାତୀୟ ସହର ଭାବେ ଘୋଷଣା କରିବାକୁ ସୁପାରିସ କରାଯାଇଥିଲା। ଇସ୍ରାଏଲ-ପାଲେଷ୍ଟାଇନ୍ ସଂଘର୍ଷ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ଥିଲା। ସେହି ଦିବସକୁ ସ୍ମରଣୀୟ କରିବା ଲାଗି ୧୯୭୭ ମସିହାରେ ଏହି ସଂହତି ଦିବସର ସ୍ଥାପନା ହୋଇଥିଲା। ଏହା ପାଲେଷ୍ଟିନୀୟ ଲୋକଙ୍କ ନ୍ୟାୟ, ଶାନ୍ତି ଓ ଅଧିକାର ପାଇଁ ସଂଗ୍ରାମ ଉପରେ ଆଲୋକପାତ କରି ଆସୁଛି। ଏଥି ସହିତ ଏହା ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଲାଗି ରହିଥିବା ବିବାଦ ଏବଂ ତାହାର ନ୍ୟାୟପୂର୍ଣ୍ଣ ତଥା ଶାନ୍ତିପୂର୍ଣ୍ଣ ସ୍ଥାୟୀ ସମାଧାନର ଗୁରୁତ୍ବକୁ ମନେ ପକାଇ ଦେଉଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post