ସମୁଦ୍ର କୂଳରେ ଦେଖିବାକୁ ମିଳିଲା ରହସ୍ୟମୟ ବସ୍ତୁ
ନୂଆଦିଲ୍ଲୀ: ୱେଷ୍ଟର୍ନ ଅଷ୍ଟ୍ରେଲିଆର ଜୁରିୟନ ବେସ୍ଥିତ ସମୁଦ୍ର କୂଳକୁ ଏକ ରହସ୍ୟମୟବସ୍ତୁ ଭାସି ଆସି ବାଲି ଉପରେ ପଡ଼ିଛି। ଏହି ବସ୍ତୁକୁ ଦେଖିବା ପରେ ଏହାର ଏକ ଫଟୋ ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି ଟୁଇଟରରେ ସେୟାର କରିଛନ୍ତି।ଟୁଇଟରରେ ଅଷ୍ଟ୍ରେଲିଆ ସ୍ପେସ ଏଜେନ୍ସି ଲେଖିଛନ୍ତି, ‘ଜୁରିୟନ ବେ, ୱେଷ୍ଟର୍ନ ଅଷ୍ଟ୍ରେଲିଆରେ ମିଳିଥିବା ଏହି ବସ୍ତୁର ଆମେ ଯାଞ୍ଚ କରୁଛୁ। ଏହା କୌଣସି ଫରେନ ସ୍ପେସ ଲଞ୍ଚ ଯାନର ଅଂଶ ହୋଇପାରେ ବୋଲି ଅନୁମାନ କରାଯାଉଛି। ସ୍ପଷ୍ଟ ସୂଚନା ପାଇଁ ଆମେ ବିଶ୍ବର ସମସ୍ତ ସ୍ପେସ ଏଜେନ୍ସିଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ।’