ଆନ୍ତର୍ଜାତୀୟ ଡଗ୍ ଡେ’

ଆଜି ହେଉଛି ଇଣ୍ଟର ନ୍ୟାସନାଲ ଡଗ୍ ଡେ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଏଭଳି ଦିବସ ପାଳନ କରୁଛନ୍ତ ଲୋକେ ।  କୁକୁରଙ୍କୁ ଭଲ ପାଉଥିବା ପଶୁପ୍ରେମୀ ଲୋକମାନେ ଆଜିର ଦିନରେ ଏହି ଦିନକୁ ପାଳନ କରୁଛନ୍ତି । ମଣିଷର ସର୍ବୋତ୍ତମ ବନ୍ଧୁ କୁକୁର ଭଳି  ହୃଦୟ କେହି ଜିତି ପାରିବେ ନାହିଁ  । କୁକୁରମାନେ ଆମର ଦୈନନ୍ଦିନ ଜୀବନରେ ଆଣିଥିବା ପ୍ରେମ ଏବଂ ମୂଲ୍ୟକୁ ପ୍ରଶଂସା କରିବାକୁ ଆଜିର ଦିନଟିଏ । କୁକୁର ଭଳି ପ୍ରାଣୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବିଷୟରେ, ଯେଉଁମାନେ ଆରାମ ଆଣିବା, ଆମକୁ ସୁରକ୍ଷିତ ରଖିବା ଏବଂ ଜୀବନ ବଞ୍ଚାଇବା ପାଇଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରନ୍ତି  ।  କୁକୁରମାନେ ଆମ ଜୀବନରେ ବିଶେଷ ସ୍ଥାନ ଅଧିକାର କରନ୍ତି, ତେଣୁ ଆମେ ସେମାନଙ୍କୁ ସମ୍ମାନ ଦେବା ଏବଂ ଭଲପାଇବା ଉଚିତ । ସମାଜରେ ଏଭଳି ଅନେକ ପଶୁପ୍ରେମୀ ରହିଛନ୍ତି ଯେଉଁମାନେ ଘରେ କୁକୁର ପାଳିବାକୁ ଭଲ ପାଆନ୍ତି । ଏଭଳିକି କୁକୁରଙ୍କ ସେବାରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି । ଆଉ କିଛି ଲୋକ କୁକୁରଙ୍କୁ ଡରୁଥିବାବେଳେ କାଳେ କୁକୁରଙ୍କଠାରୁ କିଛି ରୋଗ ହେବ ଏହି ଡରରେ କୁକୁରଙ୍କଠାରୁ ଦୂରରେ ରହିଥାନ୍ତି । ତେବେ କୁକୁରଙ୍କୁ ନେଇ ଅନେକ ରିସର୍ଚ୍ଚ ମଧ୍ୟ କରାଯାଇଛି । ଯେଉଁଥିରେ ପ୍ରକାଶ କରାଯାଇଛି କି, ନିଜର ପ୍ରିୟଜନଙ୍କଠାରୁ କୁକୁରକୁ ଚମ୍ବନ ଦେବା କ୍ଷତିକାରକ ହୋଇନଥାଏ ।

କୁକୁର ପାଟିରେ ୬ଶହ ପ୍ରକାରର ବ୍ୟାକ୍ଟେରିଆ ରହିଥାନ୍ତି । ମାନବ ପାଟିରେ ରହୁଥିବା ଜୀବାଣୁ ସମ୍ପର୍କରେ ଅଧ୍ୟୟନ କରାଯାଇଥିବାବେଳେ ଜଣାପଡ଼ିଛି କି, ୬୧୫ ପ୍ରକାରର ଜୀବାଣୁ ରହିଛନ୍ତି । ଅଧ୍ୟୟନରୁ ଜଣାପଡ଼ିଛି କି, ମଣିଷ ଏବଂ କୁକୁରଙ୍କ ଜୀବାଣୁ ପ୍ରାୟତଃ ସମାନ । ବିଶ୍ବାସ କରାଯାଏ ଯେ ଆମେ କୁକୁରକୁ ଯଦି ଚମ୍ବନ ଦେଉଛେ ତାହେଲେ ରୋଗ ଆସିପାରେ । ବାସ୍ତବରେ ଏହା ହୋଇନଥାଏ ବୋଲି କୁହାଯାଇଛି । କୁକୁରଙ୍କ ପାଟିରେ ଥିବା ଅଧିକାଂଶ ଜୀବାଣୁ ସଂକ୍ରାମକ ନୁହଁନ୍ତି । ଏଣୁ ଯଦି ଆପଣ କୁକୁରକୁ ଚୁମ୍ବନ ଦିଅନ୍ତି ତାହେଲେ ରୋଗ ବ୍ୟାପିବାର ସଂଖ୍ୟା କମ ରହିଥାଏ ।