ମାହିଙ୍କ ସହ ଭିଡିଓକୁ ପସନ୍ଦ କଲେନି ଲୋକେ

ନୂଆଦିଲ୍ଲୀ:ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ  ଟିକେ ଝଲକ୍‌ ପାଇଁ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି।   ଭିଡିଓରେ ଧୋନି ନିଜ ସିଟ୍‌ରେ ଶୋଇଥିବା ବେଳେ ବିମାନର ଜଣେ ଏୟାର ହଷ୍ଟେସ୍ ତାଙ୍କୁ ନଜଣାଇ ତାଙ୍କ ସହ ନିଜର ଭିଡିଓ ବନାଇଛନ୍ତି। ଏୟାର ହଷ୍ଟେସ୍ ଜଣକ ଏହି ଭିଡିଓକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିବା ପରେ ସେ ଜଣେ ଯାତ୍ରୀଙ୍କ ଗୋପନୀୟତା ଉଲ୍ଲଂଘନ କରିଛନ୍ତି ବେ‌ାଲି ଅଭିଯୋଗ ଆଣି ଅନେକ ବ୍ୟବହାରକାରୀ ତାଙ୍କୁ ସମାଲୋଚନା କରିଛନ୍ତି।