ସ୍ତ୍ରୀମାନେ ଭୁଲ୍ରେ ବି କହନ୍ତୁନି ଏହି ସବୁ କଥା
ଭାରତୀୟ ଜନମାନସରେ ଚାଣକ୍ୟ ତାଙ୍କର ନୀତି ଲାଗି ଅତ୍ୟନ୍ତ ଆଦରଣୀୟ। ପ୍ରାଚୀନ ଭାରତର ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା ମହର୍ଷି ଚାଣକ୍ୟ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାମରେ ବି ବେଶ ପରିଚିତ। ପୁଣି କାଳଜୟୀ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା ସେ। ନିଜ ଜୀବନ ଓ ଦର୍ଶନକୁ ନେଇ ବହୁ କଥା ଲେଖି ଯାଇଛନ୍ତି ଚାଣକ୍ୟ । ଅନେକ ସମୟରେ ପଥହରା ଲୋକଟିଏ ପାଇଁ ଚାଣକ୍ୟଙ୍କ ବାଣୀ ପଥ ଦେଖାଇବାରେ ସହାୟ ହୋଇଥାଏ। ତେବେ ମହାନ ଜ୍ଞାନୀ ଚାଣକ୍ୟଙ୍କ ହିସାବରେ ସ୍ବାମୀ ଯେତେ ବିଶ୍ବସ୍ତ ହେଲେ ବି ପତ୍ନୀଙ୍କୁ ୩ଟି କଥା ତାଙ୍କଠାରୁ ଗୋପନ ରଖିବା ଉଚିତ।ସ୍ବାମୀଙ୍କୁ କିଛି ମହିଳା ଏତେ ବିଶ୍ବାସ କରିପକାନ୍ତି ଯେ ତାଙ୍କ ସମ୍ମୁଖରେ ନିଜ ବାପଘରରର ଗୁମର ବି କହିବାର କୁଣ୍ଠା କରନ୍ତି ନାହିଁ। ମାତ୍ର ଏପରି କରିବାକୁ ଚାଣକ୍ୟ ବାରଣ କରିଛନ୍ତି। ସେ କହିଛନ୍ତି କି ସ୍ବାମୀ ଯେତେ ବିଶ୍ବାସଯୋଗ୍ୟ ହେଲେ ବି ତାଙ୍କ ସମ୍ମୁଖରେ କେବେ ବାପଘରର ଗୋପନ କଥା କହନ୍ତୁ ନାହିଁ। ସମୟ ଆସିଲେ ଆପଣ ଏଥିପାଇଁ ଅସୁବିଧାରେ ପଡ଼ିପାରନ୍ତି।