Special ସରକାରଙ୍କୁ ସବୁ ସମ୍ପତ୍ତି ଦାନ କଲେ ଡାକ୍ତର Last updated Jan 17, 2022 ସରକାରଙ୍କୁ ସବୁ ସମ୍ପତ୍ତି ଦାନ କଲେ ଡାକ୍ତର ମେଟ୍ରୋ ଟିଭି ଓଡିଶା,୧୭/୧: ହିମାଚଳର ବୃଦ୍ଧା ଏବେ ଚର୍ଚ୍ଚାରେ ସେ ନିଜ ସବୁ ସମ୍ପତ୍ତି ସରକାରଙ୍କୁ ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବୃଦ୍ଧା ଜଣକ ନିଜର ୫କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଦେଇଛନ୍ତି । ଗତବର୍ଷ ସେ ନିଜ ସ୍ତ୍ରୀକୁ ହରାଇଥିଲେ । ତାଙ୍କ ସ୍ତ୍ରୀର ଶେଷ ଇଚ୍ଛା ଥିଲା ସମସ୍ତ ସମ୍ପତ୍ତି ସରକାରଙ୍କୁ ଦେଇଦେବା ପାଇଁ । ନିଜ ଘରକୁ ବୃଦ୍ଧାଶ୍ରମ କରିବାକୁ ଚୁକ୍ତି କରିଛନ୍ତି । ସୂଚନା ଅନୁସାରେ ଏହି ଘଟଣା ଘଟିଛି ହିମାଚଳ ପ୍ରଦେଶର ହାମିରପୁର ଜିଲ୍ଲାରେ । ଏଠାରେ ବାସ କରୁଥିବା ୭୨ ବର୍ଷୀୟ ଡାକ୍ତର ରାଜେନ୍ଦ୍ର କନୱର ସ୍ୱାସ୍ଥ୍ୟ ବିଭାଗରୁ ଅବସର ନେଇ ସାରିଛନ୍ତି । ତାଙ୍କ ସ୍ତ୍ରୀ କୃଷ୍ଣା କନୱର ଶିକ୍ଷା ବିଭାଗରେ ଥିଲେ ଓ ମୃତ୍ୟୁବରଣ କରିଛନ୍ତି । ଉତ୍ତୟଙ୍କର କୌଣସି ସନ୍ତାନ ନଥିବାରୁ ନିଜର ସମସ୍ତ ସମ୍ପତ୍ତିକୁ ସରକାରଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲେ । ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ସରକାରଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଡାକ୍ତର ରାଜେନ୍ଦ୍ର ଚୁକ୍ତିନାମାରେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ସର୍ତ୍ତ ଅନୁଯାୟୀ, ତାଙ୍କ ଘରକୁ ଏକ ବୃଦ୍ଧାଶ୍ରମରେ ପରିଣତ କରାଯିବ। ଯେଉଁ ଲୋକମାନଙ୍କୁ ଘରେ ରହିବା ପାଇଁ ଜାଗା ଦିଆଯାଉ ନାହିଁ ଏବଂ ବୃଦ୍ଧାବସ୍ଥାରେ ନାନା ହଇରାଣ, ହରକତ କରାଯାଉଛି, ସେଭଳି ଲୋକଙ୍କୁ ସରକାର ଘରେ ରଖିବାର ବନ୍ଦୋବସ୍ଥ କରନ୍ତୁ। Facebook Instagram Twitter YouTube #doctor#hamirpur#himanchal#india Share