ରାସ୍ତା ପାଶ୍ୱର୍ରେ ଚିତ୍ର ଆଙ୍କି ଭାଇରାଲ ହେଲେ ବ୍ୟକ୍ତି

ରାସ୍ତା ପାଶ୍ୱର୍ରେ ଚିତ୍ର ଆଙ୍କି ଭାଇରାଲ ହେଲେ ବ୍ୟକ୍ତି

ମେଟ୍ରୋ ଟିଭି ଓଡିଶା,୨୫/୧ : ଦୁନିଆରେ ପ୍ରତିଭାବାନ ଲୋକଙ୍କର ଅଭାବ ନାହିଁ। କିଛି ସାଧାରଣ ଲୋକ ମଧ୍ୟ ଅସାଧାରଣ କାମ କରିଥାନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ପ୍ରତିଦିନ ଆମେ ସେମିତି କିଛି ଲୋକଙ୍କୁ ଭେଟୁ। ଆଜିକାଲି ଏଭଳି ଜଣେ ଦକ୍ଷ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି କିଛି ମିନିଟରେ ରାସ୍ତା ପାର୍ଶ୍ୱରେ ଚମତ୍କାର ଚିତ୍ର ଆଙ୍କିବାର ଦେଖାଯାଉଛି। ଏହି ସୁନ୍ଦର ଚିତ୍ର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ଭିଡିଓରେ ଦେଖାଯାଇଥିବା ପେଣ୍ଟିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।


ସୂଚନା ଅନୁସାରେ, ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଲୋକମାନେ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି। ଭିଡିଓ ଦେଖିବା ପରେ ଜଣେ ବ୍ୟକ୍ତି ଲେଖିଛନ୍ତି , ସରଳ ଦେଖା ଯାଉଥିବା ଏହି ବ୍ୟକ୍ତିଙ୍କ ପାଖରେ ଭଗବାନଙ୍କର ଆଶିର୍ବାଦ ରହିଛି। ଏଥି ସହିତ, ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, ଯେ ଦୁନିଆରେ କଳାକାରଙ୍କ ଅଭାବ ନାହିଁ । ଏହା ବ୍ୟତୀତ, ଭିଡିଓରେ ଦେଖାଯାଇଥିବା କଳାକାରଙ୍କୁ ଅନ୍ୟ ଲୋକମାନେ ମଧ୍ୟ ପ୍ରଶଂସା କରିଛନ୍ତି।ଏହି ଭିଡିଓକୁ ଆଇପିଏସ୍ ଅଫିସର ଦୀପାଂଶୁ କାବ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।