ମହିଳାଙ୍କ ରାଗରୁ ୮ଲକ୍ଷର କ୍ଷତି

ମହିଳାଙ୍କ ରାଗରୁ ୮ଲକ୍ଷର କ୍ଷତି

ମେଟ୍ରୋ ଟିଭି ଓଡିଶା,୨୦/୧ : କ୍ରୋଧରୁ କ୍ଷତି ଏହା ଅନେକ ସମୟରେ କୁହାଯାଇଛି । କ୍ରୋଧ ଆସିଲେ ମଣିଷ ତାର ହିତାହତ ଜ୍ଞାନ ହରାଇବସେ ଓ ଏମିତି କିଛି କରିବସେ ଯାଗାକୁ ପରେ ଭାବିଲେ ଦୁଃଖି ହୁଏ । ଏହିପରି ଜଣେ ମହିଳା ରଗିକି କିଛି ବିଚିତ୍ର କାମ କରିଛନ୍ତି । ଚୀନର ଜଣେ ଯୁବତୀଙ୍କ କ୍ରୋଧ ଏତେ ବଢିଗଲା ଯେ, ଏଥିପାଇ ତାଙ୍କ ୮ଲକ୍ଷର କ୍ଷତି ସହିବାକୁ ପଡିଲା ।

image credit-twitter
ସୂଚନା ଅନୁସାରେ କୌଣସି କଥାରେ ସାଙ୍ଗସାଥିଙ୍କ ସହ ଯୁବତୀଙ୍କର କଥା କଟାକଟି ହୋଇଥିଲା । ସାମନ୍ୟ କଥା ପରେ ଜଟିଳ ହୋଇଥିଲା । ଯୁବତୀ ଜଣଙ୍କ ସମସ୍ତଙ୍‌କୁ ଗାଳି ଦେଇ ସେଠୁ ଚାଲିଯାଇଥିଲେ ଓ ସେହି ସମୟରେ ତାଙ୍କ ପୋଷାକ ଡିଜାଇନରର ଫୋନ ଆସିଥିଲା । ଯୁବତୀ ଜଣଙ୍କର ବିବାହ ଆସନ୍ତା ସପ୍ତାହରେ ଥିବାରୁ ସେ ପୋଷାକ ବରାଦ୍ ଦେଇଥିଲେ । ସେ ସବୁର ଫିଟିଂ ଦେଖିବାକୁ ସେ ଦୋକାନକୁ କିନ୍ତୁ ସେ ପର୍ଯ୍ୟନ୍ତ ତାଙ୍କ ରାଗ କମି ନଥିଲା । କ୍ରୋଧରେ ତାଙ୍କ ପାଇ ତିଆରି ହୋଇଥିବା ପୋଷାକକୁ ସେ ଦୋକାନରେ ଚିର ଦେଇଥିଲେ । ଦୋକାନୀ ଯେତେ ଅଟକାଇଲେ ମଧ୍ୟ ସେ ଶୁଣିଲେ ନାହିଁ । ପୋଷାକ ଚିରି ସାରିବା ପରେ ସେ ବସିକି ଚିନ୍ତା କଲେ କିନ୍ତୁ କଣ ହେବ । ବିବାହ ପାଇ ତିଆରି ହୋଇଥିବା ଦାମୀ ପୋଷାକକୁ ସେ ଚିରି ସାରିଥିଲେ । ପ୍ରଥଲେ କ୍ରୋଧ ଓ ପରେ ପଶ୍ଚାତାପ କିନ୍ତୁ ସେତେବେଳକୁ କିଛି ଆଉ ନଥିଲା । ସେ ଏହି ପୋଷାକ ପାଇଁ ୮ଲକ୍ଷ ଟଙ୍କା ଦୋକାନକୁ ଦେବାକୁ ପଡିଲା । ଏହି ରାଗ ଯୋଗୟ ତାଙ୍କୁ ବହୁ କ୍ଷତି ସହିବାକୁ ପଡିଲା ।