ଭାରତୀୟଙ୍କୁ ଚୀନର ଅପହରଣ:ଉଦବେଗ୍ ପ୍ରକାଶ କଲା ବୈଦେଶିକ ବିଭାଗ

ଭାରତୀୟଙ୍କୁ ଚୀନର ଅପହରଣ:ଉଦବେଗ୍ ପ୍ରକାଶ କଲା ବୈଦେଶିକ ବିଭାଗ

ଭାରତୀୟଙ୍କୁ ଚୀନର ଅପହରଣ:ଉଦବେଗ୍ ପ୍ରକାଶ କଲା ବୈଦେଶିକ ବିଭାଗ

ମେଟ୍ରୋ ଟିଭି ଓଡିଶା,୨୦/୧ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ନେଇ ଉତ୍ତେଜନା ଲାଗିରହିଛି । ଗତବର୍ଷଠାରୁ ଗଲୱାନ ଘାଟିର ସଂଘର୍ଷ ଉଭୟ ଦେଶ ପାଇଁ ଶତୃତା ପରିବେଶ ସୃଷ୍ଟି କରିଛି । ସୀମାନ୍ତରେ ଥିବା ଗ୍ରାମବାସୀ ମାନେ ନିଜ ଜମି ବା ଜାଣି ନପାରି ସୀମା ଅତିକ୍ରମ କଲେ ଡ୍ରାଗନ ସୈନ୍ୟ ସେମାନଙ୍କୁ ଅପହରଣ କରିନେଇ ନିର୍ଯାତନା ଦେଉଥିବା ନିଜର ରହିଛି । ଗତବର୍ଷ ଚୀନର ସାଧାରଣ ନାଗରିକ ରାସ୍ତା ଭୁଲି ଭାରତ ସୀମା ଭିତରକୁ ପଶି ଆସିଥିଲେ । ଭାରତୀୟ ସେନା ମାନବିକତା ଦୃଷ୍ଟିରୁ ସେମାନଙ୍କୁ ସ ସମ୍ମାନେ ତାଙ୍କ ଦେଶକୁ ଫେରାଇ ଦେଇଥିଲା । ସେପଟେ ଚୀନ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଅରୁଣାଚଳପ୍ରଦେଶର ଜଣେ ଯୁବକଙ୍କୁ ଚୀନ ସେନା ଅପହରଣ କରିନେଇଛି । ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍ ଜିଲ୍ଲାରୁ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ଜଣେ ୧୭ ବର୍ଷିୟ ତରୁଣଙ୍କୁ ଅପହରଣ କରି ନେଇଥିବା କଥା ବୁଧବାର ଦିନ ରାଜ୍ୟ ସାଂସଦ ତାପିର୍ ଗାଓ ଟୁଇଟ୍ କରି କହିଛନ୍ତି ।


ସୂଚନା ଅନୁସାରେ,ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍ ଜିଲ୍ଲାର ସିୟୁଙ୍ଗଲା ଅଞ୍ଚଳ (ବିଶିଙ୍ଗ ଗାଁ) ଅନ୍ତର୍ଗତ ଭାରତୀୟ ଅଞ୍ଚଳ ମଧ୍ୟସ୍ଥ ଲୁଙ୍ଗ୍ଟା ଜୋର ଅଞ୍ଚଳରୁ ୨୦୨୨ ଜାନୁଆରି ୧୮ ତାରିଖରେ ଜିଡ଼ୋ ଗ୍ରାମର ୧୭ ବର୍ଷିୟ ତରୁଣ ମିରାମ୍ ତରୋନଙ୍କୁ ଚୀନାର ‘ପିଏଲ୍ଏ’ ଅପହରଣ କରି ନେଇଛି।ତାଙ୍କୁ ଯଥାଶିଘ୍ର ମୁକୁଳାଇ ଆଣିବାକୁ ଭାରତ ସରକାରଙ୍କୁ ନିଜ ଟ୍ୱିଟ ମାଧ୍ୟମରେ ଅନୁରୋଧ କରିଛନ୍ତି ତାପିର୍ ଗାଓ । ତାପିର୍ ଗାଓ କହିଛନ୍ତି, ଅରୁଣାଚଳ ପ୍ରଦେଶରେ ସାଙ୍ଗ୍ପୋ ନଦୀ ଯେଉଁଠି ଭାରତରେ ପ୍ରବେଶ କରୁଛି ସେଠାରେ ଉପରୋକ୍ତ ଅପହରଣ ଘଟଣା ଘଟିଛି। ଅରୁଣାଚଳ ପ୍ରଦେଶରେ ସାଙ୍ଗ୍ପୋ ନଦୀକୁ ସିଆଙ୍ଗ୍ ଏବଂ ଆସାମରେ ବ୍ରହ୍ମପୁତ୍ର କହନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରମାଣିକଙ୍କୁ ଜଣାଇବା ସହ ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଟୁଇଟ୍ରେ ଗାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାରତୀୟ ସେନାକୁ ମଧ୍ୟ ‘ଟ୍ୟାଗ୍’ କରିଛନ୍ତି।