ଜଳୁଛି ଘର,ହସୁଛି ବୁଢା

ଜଳୁଛି ଘର,ହସୁଛି ବୁଢା

ମେଟ୍ରୋ ଟିଭି ଓଡିଶା,୧୬/୧: ଘର ପୋଡି ଠାରୁ ବିପତ୍ତି ନାହି ଘୋଡା ଚଢା ଠାରୁ ସମ୍ପତ୍ତି ନାହିଁ । ହେଲେ ଦୁନିଆରେ ଏଭଳି ଲୋକ ଅଛନ୍ତି ଯାହାର ଘର ପୋଡି ଯାଏଥିବା ବେଳେ ତାମୁହଁରେ ହସ ଫୁଟି ଉଠୁଛି । ଘର ଲାଗିଥିବା ନିଆଁ ଆଡକୁ ଅନେଁଇ ରହିଛି ଲୋକଟି । ସେହି ଘର ଭିତରୁ ନିଆଁ ପ୍ରଭାବରୁ ମୁକ୍ତି ପାଇ ବାହାରି ଆସୁଛି ପୋଷା ବିଲେଇଟିଏ । ପୋଷା ବିରାଡିଟିକୁ ଘର ମାଲିକ କେଲେଇ ନେଇ କଇଁ କଇଁ ହୋଇ କାନ୍ଦି ଉଠୁଛି । ଘର ପୋଡିର ହସ ଓ ବିଲେଇକୁ ପାଇ ଆଖିର ଆନନ୍ଦ ଅଶ୍ରୁ ପଛରେ ଲୁଚି ରହିଛ ଭଲ ପାଇବାର ରହସ୍ୟ । ସମସ୍ତେ ଘରେକୁକୁର କିମ୍ବା ବିରାଡି ପୋଷି ଥିଲେ ଘରର ମଣିଷକୁ ଯେତିକି ଭଲ ପାଆନ୍ତ ପୋଷା ଜୀବ ଜନ୍ତୁଙ୍କୁ ଅନୁରୂପ ଭାବେ ସେହ୍ନ କରିଥାନ୍ତି । ପୋଷା କୁକୁର ବିଲେଇ ପାଳିବା ତାଙ୍କୁ ଆଦର କରିବା ଓ ଭଲ ପାଇବା ବହୁତ ଲୋକଙ୍କୁ ପସନ୍ଦ ଥାଏ । ଏହି କୁକୁର ବିଲେଇ ମଧ୍ୟ ବହୁତ କ୍ୟୁଟ ହୋଇଥାନ୍ତି ।

YouTube player
source-the world best video channel

ଘରେ ଏକାଠି ରହିବା ବେଳେ ଆମେ ଅନେକ ଥର ଏହି ପ୍ରାଣୀମାନଙ୍କ ପ୍ରେମରେ ପଡ଼ିଯାଉ। ସେମାନଙ୍କୁ ଏତେ ମାତ୍ରାରେ ଭଲପାଇ ଯେ ସେମାନଙ୍କଠାରୁ ଅଲଗା ହେବା ପରେ ଆମ ଆଖିରୁ ଆପେ ଲୁହ ବାହାରି ଆସେ। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ନିଜ ପୋଷା ବିଲେଇକୁ ଛାତିରେ ଆଲିଙ୍ଗନ କରି ଖୁବ୍ କାନ୍ଦୁଥିବାର ଦେଖିବାକୁ ମିଳିଛି। ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ ମଧ୍ୟ ବହୁତ ଭାବପ୍ରବଣ ହୋଇ ଯିବେ।
ଭିଡିଓରେ ଦେଖା ଯାଉଥିବା ବୃଦ୍ଧଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ତାଙ୍କ ଘର ପୂରା ଜଳି ପାଉଁଶ ହୋଇ ଯାଇଥିଲା। ବୃଦ୍ଧଙ୍କୁ ଲାଗିଥିଲା କି, ତାଙ୍କ ପୋଷା ବିଲେଇ ମଧ୍ୟ ଜଳି ଯାଇଥିବ। ହେଲେ ଯେତେବେଳେ ସେ ନିଜ ବିଲେଇକୁ ଦେଖିଲେ, ତ ବହୁତ ଭାବପ୍ରବଣ ହୋଇ ଯାଇଥିଲେ ଏବଂ ତାକୁ ଛାତିରେ ଧରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଥିଲେ। ଭିଡିଓରେ ଆପଣଙ୍କୁ ବୃଦ୍ଧଙ୍କର ଜଳି ଯାଇଥିବା ଘର ବି ଦେଖିବାକୁ ମିଳି ପାରିବ। ବୃଦ୍ଧଙ୍କୁ ନିଜ ଘର ଜଳିଯିବାର ଦୁଃଖ ନ ଥିଲା, କାହିଁକି ନା, ତାଙ୍କ ପୋଷା ବିଲେଇର ଜୀବନ ରକ୍ଷା ପାଇ ଯାଇଛି। ବୃଦ୍ଧ ଜଣକ ବାରମ୍ବାର ବିଲେଇକୁ ନିଜ ଛାତିରେ ଧରି କାନ୍ଦୁଥିବାର ନଜର ଆସୁଛନ୍ତି। ଏହା ବ୍ୟତୀତ ଆପଣଙ୍କୁ ଭିଡିଓରେ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଦେଖିବାକୁ ମିଳି ପାରିବେ, ଯେଉଁମାନେ ନିଆଁ ଲିଭାଉଛନ୍ତି। । ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ବୃଦ୍ଧଙ୍କର ପୂରା ଘର ଜଳି ଯାଇଛି, କିନ୍ତୁ ସେ ନିଜ ପୋଷା ବିଲେଇକୁ ଜୀବନ୍ତ ଦେଖି ଖୁସିରେ କାନ୍ଦି ପକାଉଛନ୍ତି’।