ଗଛରୁ ଦେଖାଯାଉଛି ‘ଇନ୍ଦଧନୁ’ର ରଙ୍ଗ , ଭାଇରଲ ହେଲା ଫଟୋ

ଗଛରୁ ଦେଖାଯାଉଛି ‘ଇନ୍ଦଧନୁ’ର ରଙ୍ଗ , ଭାଇରଲ ହେଲା ଫଟୋ

ମେଟ୍ରୋ ଟିଭି ଓଡିଶା (୧୭ .୩ . ୨୦୨୨) :

ପ୍ରକୃତିରେ ଏପରି କିଛି ଘଟଣା ରହିଛି, ଯାହାକୁ ଆପଣ ଆଖିରେ ଦେଖି ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ସେହିପରି ନିକଟରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗଛମାନଙ୍କୁ ଇନ୍ଦ୍ରଧନୁର ରଙ୍ଗ ଦେଖିବାକୁ ମିଳିଛି । ଏହାକୁ କେହି ପେଣ୍ଟ କରିନାହାନ୍ତି କି ଏହା କୌଣସି ଫଟୋଶପ୍ ନୁହେଁ । ଭାରତୀୟ ବନସେବା ଅଧିକାରୀ ଆଇଏଫଏସ ଏପରି ଅଦ୍ଭୁଦ ଗଛର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ତେବେ ଗଛଟି ଯେବେ ବକଳ ଛାଡୁଛି, ସେବେ ତାହା ରଙ୍ଗବେରଙ୍ଗର ଦେଖିବାକୁ ମିଳିଛୁ ଯାହାକି କୌଣସ ଇନ୍ଦ୍ରଧନୁଠାରୁ କମ୍ ନୁହେଁ । ଲୋକମାନେ ଏହାକୁ ଦେଖି ବିଶ୍ୱାସ କରିପାରୁ ନାହାନ୍ତି ।

ତେବେ ଏହି ଗଛର ନାଁ ହେଉଛି ୟୁକାଲିପ୍ଟସ ଡିଗ୍ଲୁପ୍ଟା, ଯାହାକୁ ଦୁନିଆରେ ‘ଇନ୍ଦ୍ରଧନୁଷ ୟୁକାଲିପ୍ଟସ’ ବା ନୀଳଗିରି ନାମରେ ଜାଣନ୍ତି ।ଏହି ଅଦ୍ଭୁତ ଏବଂ ଅବିଶ୍ୱସନୀୟ ଗଛ ମୁଖ୍ୟତଃ ରୂପେ ହୱାଇ, ଫିଲିପାଇନ୍ସ, ଇଣ୍ଡୋନେସିଆ, ପାପୁଆ ନ୍ୟୁ ଗିନି ଏବଂ କାଲିଫର୍ଣ୍ଣିଆ, ଟେକ୍ସାସ ଏବଂ ଫ୍ଲୋରିଡାର ଦକ୍ଷିଣ ଅଞ୍ଚଳରେ ଦେଖାଯାଏ ।

ଏହା ଗଛଗୁଡ଼ିକର କବଳ ପ୍ରାକୃତିକ ଭାବରେ ବିଭିନ୍ନ ରଙ୍ଗରେ ପରିଣତ ହୋଇଯାଏ ।ଯେତେବେଳେ ଏହି ଗଛଗୁଡ଼ିକର ବକଳ ବର୍ଷସାରା ବାହାରିବାରେ ଲାଗିଥାଏ, ସେବେ ଗଛରେ ‘ଇନ୍ଦ୍ରଧନୁ’ର ରଙ୍ଗ ଦେଖିବାକୁ ମିଳିଥାଏ । ନୂତନ ଗଛର ପ୍ରତ୍ୟେକ ସ୍ତର ପରିପକ୍ୱ ହେବା ସହିତ ଏହା ନୀଳ, ବାଇଗଣୀ, କମଳା ଏବଂ ଲାଲ ହୋଇଯାଏ । ଏହି ଗଛଗୁଡିକ ଆର୍ଦ୍ର ପରିବେଶରେ ଓ ପ୍ରତ୍ୟେକ ଋତୁରେ ୩ ଫୁଟ ବଢ଼ିପାରେ । ଦେଶୀ ପରିବେଶରେ ଗଛଗୁଡିକ ୨୫୦ ଫୁଟ ପର୍ଯ୍ୟନ୍ତ ବଢ଼ିପାରେ ।