କଳିଯୁଗର ଶ୍ରବଣ କୁମାର

କଳିଯୁଗର ଶ୍ରବଣ କୁମାର

ମେଟ୍ରୋ ଟିଭି ଓଡିଶା,୧୬/୧: ତ୍ରେତୟା ଯୁଗର ଶ୍ରବଣ କୁମାର ବିଷୟରେ ସମସ୍ତଙ୍କୁ ଜଣା ହେଲେ କଳିକାଳରେ ଶ୍ରବଣ କୁମାର ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ସେ ଯୁଗର ଶ୍ରବଣ କୁମାର ନିଜର ଅନ୍ଧ ପିତାମାତଙ୍କୁ କାନ୍ଧରେ ବୋହି ଚାଲୁଥିଲେ ହେଲେ ଏହି ମହାମାରୀର ଜଘନ୍ୟ ପରିସ୍ଥିତିରେ ଯେଉଠି କିଏ କାହାକୁ ଛୁଇବାକୁ ପସନ୍ଦ କରୁନାହାନ୍ତି ନିଜ ପୁଅ ମଧ୍ୟ ଘରୁ ବାହାର କରି ଦେଉଛି ସେଭଳି ପରିସ୍ଥିତିରେ ସାମ୍ନାକୁ ଆସିଛନ୍ତି ଶ୍ରବଣ କୁମାର । ନିଜ ପିତାଙ୍କୁ କାନ୍ଧରେ ବୋହି କୋଭିଡ ସେଣ୍ଟରକୁ ଟିକା ଦେବାକୁ ନେଉଛନ୍ତି । ଏକ ଉତ୍ତମ ପୁତ୍ରର ଉଦାହରଣ ପାଲଟିଛନ୍ତି ସେ । ଏହି ଘଟଣାଟି ଘଟିଛି ବ୍ରାଜିଲର ଆମାଜନଠାରେ । ବ୍ରାଜିଲର ଆମାଜନଠାରେ ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ପିତାଙ୍କୁ କରୋନା ଟିକା ଦେବାକୁ ପ୍ରାୟ ଛଅ ଘଣ୍ଟା ଧରି ନିଜ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇଯାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ କହୁଛନ୍ତି ଏ ହେଉଛନ୍ତି ଆଧୁନିକ ଯୁଗର ଶ୍ରବଣ କୁମାର ।

photo credit-instagram

ତେବେ ଫଟୋରେ ଦେଖିବାକୁ ମିଳିଛି ଯେ ୨୪ ବର୍ଷୀୟ ଯୁବକ ତାୱି ନିଜର ୬୭ ବର୍ଷିୟ ପିତାଙ୍କୁ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇ ଯାଉଛନ୍ତି । ତାୱିଙ୍କ ପିତାଙ୍କ ନାମ ୱାହୁ । ପୁଣି ପିଠିରେ ଘଣ୍ଟେ କିଂମା ଅଧଘଣ୍ଟା ପାଇଁ ନୁହେଁ, ତାୱି ଏଭଳି ଭାବେ ପ୍ରାୟ ୬ ଘଣ୍ଟା ନିଜ ପିତାଙ୍କୁ ପିଠିରେ ବସାଇ ଚାଲି ଚାଲି ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ। ଖାଲି ସେତିକି ନୁହେଁ ସେ ନିଜ ଘରକୁ ଫେରିବା ସମୟରେ ମଧ୍ୟ ନିଜ ବାପାଙ୍କୁ ପିଠିରେ ବସାଇ ପୁଣି ୬ ଘଣ୍ଟା କାଳ ଚାଲି ଚାଲି ଫେରିଥିଲେ । ତେବେ ଟିକାକରଣ କେନ୍ଦ୍ରରେ ପହଁଚିବା ପରେ ଡାକ୍ତର ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ ତାୱିଙ୍କର ନିଜ ବାପାଙ୍କ ପ୍ରତି ଭଲ ପାଇବା ଦେଖି ।ପୁଣି ଏହି ଫଟୋ ଉଠାଇଥିବା ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ କହିଛନ୍ତି ଯେ , ତାୱିଙ୍କ ପିତାଙ୍କ ଆଖିକୁ ପ୍ରାୟତଃ କିଛି ଦେଖାଯାଉ ନାହିଁ । ଏହାସହ ସେ ଅନ୍ୟାନ୍ୟ ରୋଗରେ ପୀଡିତ, ଯେଉଁ କାରଣରୁ ସେ ଚଲାବୁଲା ବି କରିପାରୁ ନାହାଁନ୍ତି । ସେଥିପାଇଁ ତାୱି ତାଙ୍କ ବାପାଙ୍କୁ କାନ୍ଧରେ ବସାଇ ଟିକା ଦେବାକୁ ଆଣିଥିଲେ। ଏହା ପୁତ୍ର ଓ ପିତାଙ୍କ ଭିତରେ ଥିବା ଗଭୀର ସଂପର୍କର ଏକ ଉଦାହରଣ । ତେବେ ତାୱି ଏବଂ ୱାହୁ ଜୋ’ର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି
ତାୱି ଓ ତାଙ୍କ ବାପାଙ୍କ ଏହି ଫଟୋ ଜାନୁଆରି ୨୦୨୧ ମସିହାରେ ଉତ୍ତୋଳନ କରାଯାଇଥିବା ବେଳେ ଚଳିତ ବର୍ଷ ଜାନୁଆରି ୧ରେ ଏହାକୁ ଇନଷ୍ଟାରେ ପୋଷ୍ଟ କରିଥିଲେ ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ।ଡାକ୍ତର ଏହାକୁ ୨୦୨୧ ର ସବୁଠାରୁ ଉଲ୍ଲେଖନୀୟ ମୁହୂର୍ତ୍ତ” ବୋଲି କହିଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ବ୍ରାଜିଲରେ କୋଭିଡ୍-୧୯ ଯୋଗୁଁ ୮୫୩ ଆଦିବାସୀଙ୍କର ମୃତ୍ୟୁ ହୋଇଛି।