ପ୍ରତି ବର୍ଷ ସେପ୍ଟେମ୍ବର ୧୪ କୁ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ । ୧୪ରେ ହିନ୍ଦୀ ଦିବସ ପାଳନ କରିବାର ୨ ଟି କାରଣ ରହିଛି । ୧୪ ସେପ୍ଟେମ୍ବର ୧୯୪୯ରେ ଆଲୋଚନା ପର୍ଯ୍ୟାଲୋଚନା ପରେ ହିନ୍ଦୀ ଭାଷାକୁ ଦେବନଗରୀ ଲିପିରେ ଅଧିକାରୀ ଭାଷା ଭାବରେ ହିନ୍ଦୀ ଭାଷାକୁ ଘୋଷଣା କରାଗଲା । ପଣ୍ଡିତ ଜବାହାର ଲାଲ ନେହେରୁ ଏହି ତାରିଖ ଅର୍ଥାତ ୧୪ ସେପ୍ଟେମ୍ବରକୁ ନିଜେ ଚୟନ କରିଥିଲେ । ଏହି ଦିବସକୁ ପାଳନ କରିବାର ଅନ୍ୟ ଏକ କାରଣ ହେଉଛି ଏହି ଦିନ ପ୍ରସିଦ୍ଧ କବି ରାଜେନ୍ଦ୍ର ସିଂଙ୍କ ଜୟନ୍ତୀ ମଧ୍ୟ ଏହି ଦିନ ପାଳନ କରାଯାଏ । ହିନ୍ଦୀ ଦିବସକୁ ପ୍ରଥମ ଥର ୧୯୫୩ରେ ପାଳନ କରାଯାଇଥିଲା ।ମହାତ୍ମା ଗାନ୍ଧୀ ହିନ୍ଦି ଭାଷାକୁ ଜନମାନସ ଭାଷା କହିଥିଲେ । ସେ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାକୁ ଚାହୁଁଥିଲେ । ୧୯୧୮ ରେ ଆୟୋଜନ ହୋଇଥିବା ସାହିତ୍ୟ ସମ୍ମିଳନୀରେ ସେ ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷା କରିବା ପାଇଁ ଦାବି କରିଥିଲେ । ସ୍ୱାଧିନତା ପରେ ଏହାକୁ ନେଇ ଅନେକ ତର୍କ ଚାଲିବା ପରେ ୧୪ ସେପ୍ଟେମ୍ବର ୧୯୪୯ରେ ସମ୍ବିଧାନ ସଭାରେ ହିନ୍ଦୀକୁ ରାଜ୍ୟ ଭାଷା କରିବାକୁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଏଥିରେ ଦକ୍ଷିଣ ଭାରତୀୟ ଲୋକ ଖୁସି ନଥିଲେ । ସେମାନଙ୍କ କହିବା ଅନୁସାରେ ଯଦି ସବୁ ଲୋକ ହିନ୍ଦୀ କହିବାକୁ ବାଧ୍ୟ ତେବେ ଦେଶ ସ୍ୱାଧିନ କ’ଣ ପାଇଁ ହେଉଥିଲା । ଏହାକୁ ନେଇ ଅନେକ ଲୋକ ରାଜି ନଥିବାରୁ ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷାର ମାନ୍ୟତା ମିଳିପାରି ନଥିଲା । ହିନ୍ଦୀକୁ ରାଜ୍ୟ ଭାଷାର ଅଧିକାର ମିଳିଥିବାରୁ ଲୋକମାନେ ଏବଂ ସରକାରୀ କାର୍ଯ୍ୟରେ ଏହି ଭାଷାକୁ ବ୍ୟବହାର କରାଯାଉଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post