ପ୍ରତି ବର୍ଷ ସେପ୍ଟେମ୍ବର ୧୪ କୁ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ । ୧୪ରେ ହିନ୍ଦୀ ଦିବସ ପାଳନ କରିବାର ୨ ଟି କାରଣ ରହିଛି । ୧୪ ସେପ୍ଟେମ୍ବର ୧୯୪୯ରେ ଆଲୋଚନା ପର୍ଯ୍ୟାଲୋଚନା ପରେ ହିନ୍ଦୀ ଭାଷାକୁ ଦେବନଗରୀ ଲିପିରେ ଅଧିକାରୀ ଭାଷା ଭାବରେ ହିନ୍ଦୀ ଭାଷାକୁ ଘୋଷଣା କରାଗଲା । ପଣ୍ଡିତ ଜବାହାର ଲାଲ ନେହେରୁ ଏହି ତାରିଖ ଅର୍ଥାତ ୧୪ ସେପ୍ଟେମ୍ବରକୁ ନିଜେ ଚୟନ କରିଥିଲେ । ଏହି ଦିବସକୁ ପାଳନ କରିବାର ଅନ୍ୟ ଏକ କାରଣ ହେଉଛି ଏହି ଦିନ ପ୍ରସିଦ୍ଧ କବି ରାଜେନ୍ଦ୍ର ସିଂଙ୍କ ଜୟନ୍ତୀ ମଧ୍ୟ ଏହି ଦିନ ପାଳନ କରାଯାଏ । ହିନ୍ଦୀ ଦିବସକୁ ପ୍ରଥମ ଥର ୧୯୫୩ରେ ପାଳନ କରାଯାଇଥିଲା ।ମହାତ୍ମା ଗାନ୍ଧୀ ହିନ୍ଦି ଭାଷାକୁ ଜନମାନସ ଭାଷା କହିଥିଲେ । ସେ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାକୁ ଚାହୁଁଥିଲେ । ୧୯୧୮ ରେ ଆୟୋଜନ ହୋଇଥିବା ସାହିତ୍ୟ ସମ୍ମିଳନୀରେ ସେ ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷା କରିବା ପାଇଁ ଦାବି କରିଥିଲେ । ସ୍ୱାଧିନତା ପରେ ଏହାକୁ ନେଇ ଅନେକ ତର୍କ ଚାଲିବା ପରେ ୧୪ ସେପ୍ଟେମ୍ବର ୧୯୪୯ରେ ସମ୍ବିଧାନ ସଭାରେ ହିନ୍ଦୀକୁ ରାଜ୍ୟ ଭାଷା କରିବାକୁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଏଥିରେ ଦକ୍ଷିଣ ଭାରତୀୟ ଲୋକ ଖୁସି ନଥିଲେ । ସେମାନଙ୍କ କହିବା ଅନୁସାରେ ଯଦି ସବୁ ଲୋକ ହିନ୍ଦୀ କହିବାକୁ ବାଧ୍ୟ ତେବେ ଦେଶ ସ୍ୱାଧିନ କ’ଣ ପାଇଁ ହେଉଥିଲା । ଏହାକୁ ନେଇ ଅନେକ ଲୋକ ରାଜି ନଥିବାରୁ ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷାର ମାନ୍ୟତା ମିଳିପାରି ନଥିଲା । ହିନ୍ଦୀକୁ ରାଜ୍ୟ ଭାଷାର ଅଧିକାର ମିଳିଥିବାରୁ ଲୋକମାନେ ଏବଂ ସରକାରୀ କାର୍ଯ୍ୟରେ ଏହି ଭାଷାକୁ ବ୍ୟବହାର କରାଯାଉଛି ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post