ଆଜି ସାରା ବିଶ୍ୱ ପାଳିବ ‘ଆର୍ଥ ଆୱାର’। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ। ଆଜି ରାତି ୮ଟା ୩୦ ରୁ ୯ଟା ୩୦ ଯାଏଁ ‘ଆର୍ଥ ଆୱାର’ ପାଳନ କରାଯିବ। ଅର୍ଥାତ୍ ପୂରା ୧ ଘଣ୍ଟା ବିଶ୍ୱବାସୀ ବିନା ବିଦ୍ୟୁତ୍ ରେ ସମୟ କଟାଇବେ ବା ଅନ୍ଧାରରେ ରହିବେ। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ଏହି ଦିବସ ପାଳନ କରାଯାଏ। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ‘ଆର୍ଥ ଆୱାର’କୁ ପାଳନ କରିବାକୁ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି।ସେପଟେ, ପ୍ରସିଦ୍ଧ ବାଲୁକା ଚିତ୍ରଶିଳ୍ପୀ ଶୁଦର୍ଶନ ପଟ୍ଟନାୟକ ମଧ୍ୟ ଏନେଇ ଏକ ବାର୍ତ୍ତା ଦେଇଛନ୍ତି। ଯାହାକୁ ନେଇ ସେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ଆଙ୍କିଛନ୍ତି। ତେବେ ବାଲୁକା କଳା ମାଧ୍ୟମରେ ସୁଦର୍ଶନ ଏହି ବାର୍ତ୍ତା ଦେଇଛନ୍ତି ଯେ, ଆଜି ରାତି ୮ ଟା ୩୦ ରୁ ୯ ଟା ୩୦ ଯାଏ ଆର୍ଥ ଆୱାରରେ ସମସ୍ତେ ନିଜକୁ ସାମିଲ କରନ୍ତୁ। ଏହି ଏକ ଘଣ୍ଟା ଘରେ ଥିବାବେଳେ ଅଯଥା ଆବଶ୍ୟକ ନ ଥିବା ଲାଇଟ୍, ବିଦ୍ୟୁତ ଉପକରଣ ବନ୍ଦ କରନ୍ତୁ।୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀରେ ସହରରେ ପ୍ରଥମେ ଏହି ‘ଆର୍ଥ ଆୱାର’ ପାଳନ କରାଯାଇଥିଲା । ତା’ ପର ଠାରୁ ୨୦୦୮ ମସିହା ଏହା ବିଶ୍ୱସ୍ତରରେ ପାଳନ କରାଗଲା । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିବେଳେ ଭାରତରେ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ ମିଳିଲା । ୨୦୦୯ରେ ଏହି ଅଭିଯାନରେ ଭାରତ ସାମିଲ ହେବା ପରଠାରୁ କେବଳ ଦିଲ୍ଲୀରେ ୭୦୦ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ହୋଇପାରିଥିଲା । ଏବଂ ସେହି ବର୍ଷ ଠାରୁ ଆମ ଦେଶ ସମେତ ସମସ୍ତ ରାଜ୍ୟରେ ‘ଆର୍ଥ ଆୱାର’ ପାଳନ କରାଯାଉଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post