ଆଜି ନଭେମ୍ବର ୨୯ ତାରିଖରେ ‘ଆନ୍ତର୍ଜାତିକ ପାଲେଷ୍ଟିନୀୟ ସଂହତି ଦିବସ’ ପାଳିତ ହୋଇ ଆସୁଛି। ଏହି ଦିବସ ପ୍ରତ୍ୟେକ ବ୍ୟକ୍ତି, ରାଷ୍ଟ୍ର ଓ ସଂଗଠନମାନଙ୍କୁ ପାଲେଷ୍ଟିନୀୟଙ୍କ ସହ ଏକତାର ସହ ଛିଡ଼ା ହେବାକୁ ଉତ୍ସାହିତ କରି ଆସୁଛି। ଏଥି ସହିତ ଏହା ଆତ୍ମନିୟନ୍ତ୍ରଣ, ନ୍ୟାୟ ଓ ହିଂସା-ଅତ୍ୟାଚାରମୁକ୍ତ ଜୀବନ ପାଇଁ ପାଲେଷ୍ଟିନୀୟମାନଙ୍କ ଅଧିକାର ଉପରେ ଗୁରୁତ୍ବାରୋପ କରୁଛି। ୧୯୪୭ ମସିହା ନଭେମ୍ବର ୨୯ ତାରିଖରେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ଏକ ଐତିହାସିକ ପ୍ରସ୍ତାବ ଗୃହୀତ ହୋଇଥିଲା, ଯେଉଁଥିରେ ପାଲେଷ୍ଟାଇନ୍କୁ ପୃଥକ୍ ଇହୁଦୀ ଓ ଆରବ ରାଷ୍ଟ୍ରରେ ବିଭକ୍ତ କରି ଜେରୁଜେଲମ୍କୁ ଏକ ଅନ୍ତର୍ଜାତୀୟ ସହର ଭାବେ ଘୋଷଣା କରିବାକୁ ସୁପାରିସ କରାଯାଇଥିଲା। ଇସ୍ରାଏଲ-ପାଲେଷ୍ଟାଇନ୍ ସଂଘର୍ଷ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ଥିଲା। ସେହି ଦିବସକୁ ସ୍ମରଣୀୟ କରିବା ଲାଗି ୧୯୭୭ ମସିହାରେ ଏହି ସଂହତି ଦିବସର ସ୍ଥାପନା ହୋଇଥିଲା। ଏହା ପାଲେଷ୍ଟିନୀୟ ଲୋକଙ୍କ ନ୍ୟାୟ, ଶାନ୍ତି ଓ ଅଧିକାର ପାଇଁ ସଂଗ୍ରାମ ଉପରେ ଆଲୋକପାତ କରି ଆସୁଛି। ଏଥି ସହିତ ଏହା ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଲାଗି ରହିଥିବା ବିବାଦ ଏବଂ ତାହାର ନ୍ୟାୟପୂର୍ଣ୍ଣ ତଥା ଶାନ୍ତିପୂର୍ଣ୍ଣ ସ୍ଥାୟୀ ସମାଧାନର ଗୁରୁତ୍ବକୁ ମନେ ପକାଇ ଦେଉଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post