ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା।ଶିବସେନାର ସାଂସଦଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା କରାଯାଉଛି।ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଏବେବି ଥମିନି। ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳକୁ ନେଇ ଚାଲିଛି ଟଣାଓଟରା । ଏହାରି ଭିତରେ ଶିବସେନା ଉଦ୍ଧବ ଗୋଷ୍ଠୀରେ ପୁଣି ବିଦ୍ରୋହ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।୧୨ ଜଣ ସାଂସଦଙ୍କ ମୁତାବକ, ଦଳର ମୁଖ୍ୟ ସଚେତକ ହେଉଛନ୍ତି ଭବାନା ଗାୱଲି କାରଣ ରାଜନ ବିଚାରେଙ୍କୁ ମୁଖ୍ୟ ସଚେତକ ଭାବେ ବଦଳାଇବା ଆବେଦନ ଉପରେ ବାଚସ୍ପତି କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ସେପଟେ, ନିର୍ବାଚନ କମିଶନ ଶିବସେନାର ନିର୍ବାଚନ ପ୍ରତୀକ ଧନୁତୀର ଉପରେ ବାଚସ୍ପତିଙ୍କ ନିଷ୍ପତ୍ତି ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ।ସୂଚନା ମୁତାବକ, ଉଦ୍ଧବ ଗୋଷ୍ଠୀର ଶିବସେନା ସୋମବାର ସନ୍ଧ୍ୟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଥିଲେ। ଏଥିରେ ଆବେଦନ କରିଥିଲେ ଯେ, ବିନୟ ରାଉତଙ୍କୁ ତାଙ୍କ ସଂସଦୀୟ ଦଳର ନେତା ଭାବରେ ନିଯୁକ୍ତ କରାଯାଇଛି। ଦଳ ତାଙ୍କୁ ଦଳରୁ ଦୂରେଇ ଯାଇଥିବା କୌଣସି ପ୍ରତିନିଧିତ୍ୱକୁ ବିଚାର ନକରିବାକୁ ଅନୁରୋଧ କରିଛି।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post