ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଆଜି ମତଦାନ ଅନୁଷ୍ଠିତ ହୋଇଯାଇଛି । ସଂସଦ ଭବନ ସମେତ ୩୦ଟି ରାଜ୍ୟ ବିଧାନସଭାରେ ଭୋଟ୍ ଗ୍ରହଣ କରାଯାଇଥିଲା । ଏଥିରେ ଏନସିଟି ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ସାମିଲ ରହିଛି । ଭାରତୀୟ ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ନିର୍ବାଚନ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାବେ ବିବେଚିତ ହୋଇଥାଏ । ସମ୍ବିଧାନର ଅନୁଚ୍ଛେଦ ୩୨୪ରେ ପ୍ରଦତ୍ତ ବ୍ୟବସ୍ଥା ଅନୁଯାୟୀ ଭାରତର ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ଗୋପନୀୟ, ମୁକ୍ତ, ସ୍ବଚ୍ଛ ଭାବେ ରାଷ୍ଟ୍ରପତି ନିର୍ବାଚନର ମତଦାନ ସମାପନ କରିଛନ୍ତି । ଷୋଡ଼ଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଶ୍ରୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ୩୧ଟି ସ୍ଥାନରେ ସକାଳ ୧୦ଟା ଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇଥିଲା।ସମ୍ବିଧାନର ଅନୁଚ୍ଛେଦ ୫୪ ଅନୁଯାୟୀ, ଭାରତର ରାଷ୍ଟ୍ରପତି ଇଲେକ୍ଟୋରାଲ କଲେଜର ସଦସ୍ୟମାନଙ୍କ ଦ୍ବାରା ନିର୍ବାଚିତ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ସଂସଦର ଉଭୟ ସଦନର ନିର୍ବାଚିତ ସଦସ୍ୟ ଏବଂ ସବୁ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟ । ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ଏବଂ ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ନିର୍ବାଚିତ ବିଧାୟକମାନେ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି । ବିଧାନସଭା କିମ୍ବା ସଂସଦକୁ ମନୋନିତ ହୋଇଥିବା ସଦସ୍ୟମାନଙ୍କର ଭୋଟ୍ ଦେବାର ଅଧିକାର ନଥାଏ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post