ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶା ସମେତ ୯ଟି ରାଜ୍ୟରେ ରାଜ୍ୟ ସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସଭା ଏମ୍ପି ପଦରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜ୍ୟ ସଭାକୁ କିଏ ଯିବେ ସେନେଇ ଜୋର୍ଦାର ଚର୍ଚ୍ଚା ଚାଲିଛି। ଏହା ମଧ୍ୟରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ନାଁ ବେଶ୍ ଚର୍ଚ୍ଚା ହେଉଛି।ଅନ୍ୟପକ୍ଷରେ ମନମୋହନ ସାମଲ କହିଛନ୍ତି, ଯାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ ସେ ଅନୁସାରେ କାର୍ଯ୍ୟ ହେବ। ସେ କହିଛନ୍ତି, ଗଣମାଧ୍ୟମରେ ଯାହା ଚର୍ଚ୍ଚା ହୁଏ, ସେଥିରେ କିଛି ନାହିଁ। ବିଧାୟକ, ଲୋକ ସଭା ପ୍ରାର୍ଥୀ ରାଜ୍ୟ ସଭା ହେଉ କି ଲୋକ ସଭା ସବୁକିଛି ଦିଲ୍ଲୀରେ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ।ସେହିପରି ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଦିଲ୍ଲୀପ ରାୟ ଏବଂ ମମତା ମଧ୍ୟ ରାଜ୍ୟ ସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ କେନ୍ଦ୍ରୀୟ କମିଟି କାହା ନାଁରେ ମୋହର ମାରୁଛି।
Trending
- ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ
- ଆମେ କାହାର ପକ୍ଷ ନୁହେଁ, କାହାର ବିପକ୍ଷ ନୁହେଁ , ଆମେ ସମସ୍ତଙ୍କ ସମକକ୍ଷ
- ଟ୍ରାଫିକ ଜାମରୁ ମୁକ୍ତି ପାଇବ ଦିଲ୍ଲୀ-ଏନସିଆର
- ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା
- ବିହାରରେ ନିର୍ବାଚନ: ଭୋଟର ଅଧିକାର ଯାତ୍ରା କରୁଛି କଂଗ୍ରେସ
- ଆସୁଛି ଲଘୁଚାପ, ୨୦ ଯାଏଁ ବର୍ଷା
- ୧୨ଟି ନୂଆ ଏନ୍ଏସି ପାଇଁ ଡ୍ରାଫ୍ଟ ନୋଟିସ୍ ଜାରି
- ମୋଦୀଙ୍କ ପାଖରେ କୌଣସି ନୂତନ ଚିନ୍ତାଧାରା ନାହିଁ ଏବଂ ଯୁବକମାନେ କେବଳ ଜୁମଲା ପାଉଛନ୍ତି, ଚାକିରି ନୁହେଁ – ରାହୁଲ ଗାନ୍ଧୀ
- ପେଟ୍ରୋଲ ଢାଳି ନିଆଁ ଲଗାଇବା ଘଟଣାରେ ଯୁବକଙ୍କ ମୃତ୍ୟୁ
- ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାରୀମାନଙ୍କୁ ଖୋଜି ବାହାର କରିବ ବିଜେପି ସରକାର
Prev Post
Next Post