ମୋଦୀଙ୍କ ପାଇଁ ନୂଆ ସୁରକ୍ଷା କାର୍‌, ମର୍ସିଡିଜ ମେବାଚ୍ ଏସ୍‌୬୫୦ ଗାର୍ଡ

ମୋଦୀଙ୍କ ପାଇଁ ନୂଆ ସୁରକ୍ଷା କାର୍‌, ମର୍ସିଡିଜ ମେବାଚ୍ ଏସ୍‌୬୫୦ ଗାର୍ଡ

ମେଟ୍ରୋ ଟିଭି ବ୍ୟୁରୋ, ୨୯/୧୨: ଭାଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବୋଇଂ ୭୭୭ ଏୟାର ଇଣ୍ଡିଆ ୱାନ ପରେ ଏବେ ଆସିଛି ନୂଆ କାର୍ । ଏହି ବିମାନର ମୂଲ୍ୟ ୧୨୦୦ କୋଟି ଟଙ୍କା ଓ ଏହା କ୍ଷେପଣାସ୍ତ୍ର ନିରୋଧୀ ବିମାନ ।ଏହି ଗାଡି ଅତ୍ୟନ୍ତ ସୁରକ୍ଷିତ ଓ ଆରାମଦାୟକ । ଯାହାର ମୂଲ୍ୟ ଭାରତୀୟ ବଜାରରେ ୧୨ କୋଟି ଟଙ୍କା ହୋଇଥିବା ବେଳେ ମୋଦିଙ୍କ ପାଇ ସ୍ୱତନ୍ତ୍ର ଭାବେ ନିମାର୍ଣ ହେଉଥିବା କାରଣରୁ ଏଥିରେ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି । ଏହି ଗାଡି ରେଞ୍ଜ ରୋଭ୍‌ର ଭର୍ ଏବଂ ଟୟଟା ଲ୍ୟାଣ୍ଡ କ୍ରୁଇଜର ଠାରୁ ମଧ୍ୟ ଅଧିକ ଉନ୍ନତ ।

୨୦୧୯ରେ ଆନ୍ତର୍ଜାତୀୟ ବଜାରରେ ଅବତରଣ କରିଥିଲା ମେବାଚ୍ ଏସ୍‌୬୫୦ ଗାର୍ଡ । ଭାରତରେ ଏହି ଗାଡି ୨୦୨୦ରେ ଆସିଥିଲା । ଏହି ଗାଡି ଭିଆର-୧୦ ସୁରକ୍ଷା ସହ ଯେକୌଣସି ଆକ୍ରମଣର ପ୍ରତିରୋଧ କରିବାକୁ ସକ୍ଷମ । ଏହା ଅତ୍ୟାଧୁନିକ ଫେସେଲିଫଟେଡ ମଡେଲ ହୋଇଥିବାରୁ ବିସ୍ପୋରଣ ପ୍ରତିରୋଧୀ ହୋଈଛି । ୨ଶହ ମିଟର ଦୂରରୁ ଓ ୧୫କିଲୋ ପର୍ଯ୍ୟନ୍ତ ବିସ୍ପୋରଣରୁ ଏହା ବ୍ୟବହାରକାରୀଙ୍କ ସୁରକ୍ଷା ଦେଇଥାଏ । ଏହା ୬ଲିଟର ଦ୍ୱୈତ ଟର୍ବୋ ଭି-୧୨ ଇଞ୍ଜିନ୍ ଓ ୫୨୩ ଅଶ୍ୱଶକ୍ତି ବିଶିଷ୍ଟ । ଏହି ଗାଡି ଘଣ୍ଟାପ୍ରତି ୧୯୦କିମି ବେଗରେ ଦୌଡିପାରେ ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ୍ ପ୍ରୋଟେକ୍ସନ ଗ୍ରୁପର ଆବଶ୍ୟକତା ଆଧାରରେ ନୂଆ ଗାଡି ସ୍ଥିର କରାଯାଇଛି । ଭାରତ ଗ୍ରସ୍ତରେ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବା ପାଇ ମୋଦୀ ଏହି ଗାଡିରେ ଯାଇଥିଲେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦୀ ସ୍କର୍ପିଓ ଓ ବିଏମଡବ୍ଲ୍ୟୁ-୭ ଉଚ୍ଚ ସୁରକ୍ଷାର ଗାଡିରେ ଯାତାୟତ କରୁଥିଲେ । ପ୍ରଧାନମନ୍ତ୍ରୀ ହେବା ପରେ ସେ ରେଞ୍ଜ ରୋଭର ଭଗ୍ ଓ ଟୟଟା ଲ୍ୟାଣ୍ଡ କ୍ରୁଇଜର ବ୍ୟବହାର କରୁଛନ୍ତି ।