ଭାଜପା ପ୍ରାର୍ଥୀ ତାଲିକାରେ ୨୫ଜଣ ଅପରାଧି

ଭାଜପା ପ୍ରାର୍ଥୀ ତାଲିକାରେ ୨୫ଜଣ ଅପରାଧି

ମେଟ୍ରୋ ଟିଭି ଓଡିଶା,୧୮/୧: ଉତ୍ତର ପ୍ରଦେଶର ଭାଜପା ପକ୍ଷରୁ ପ୍ରଥମ ଦଫାରେ ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ୨୫ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏଭଳିକି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାରୁ ବିରୋଧି ଏହାକୁ ମୁଦା କରିବା ସମ୍ଭାବନା ରହିଛି । ଭାଜପା ନିଜକୁ ସ୍ୱଚ୍ଛ ବୋଲି ପ୍ରଚାର କରୁଥିବା ବେଳେ ନିବାର୍ଚନୀ ଅପରାଧିଙ୍କୁ ସୁଯୋଗ ଦେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୂଚନା ଅନୁସାରେ , ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମୋଟ ୧୦୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୫ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଏନେଇ ଭାଜପା ଓ୍ବେବସାଇଟ୍‌ରେ ମଧ୍ୟ ତଥ୍ୟ ପ୍ରକାଶ ପାଇଛି। ଏହା ସହିତ ବିଜନୌରର ନାଜିମାବାଦ୍ ଆସନରୁ ପ୍ରାର୍ଥୀ ହୋଇଥିବା କୁଓଁର ଭାରତନ୍ଦେୁ ସିଂ, ଥାନାଭବନ ଆସନର ସୁରେଶ ରାଣା, ମୁଜଫରନଗର ଆସନର ପ୍ରାର୍ଥୀ କପିଳଦେବ ଅଗ୍ରଓ୍ବାଲ, ମେରଠ ଆସନର କମଳ ଦର୍ତ୍ତ ଶର୍ମାଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଭାଜପା ଓ୍ବେବସାଇଟ୍‌ରେ ପ୍ରକାଶ ପାଇଛି।