ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଛାଡ଼ିବାର ଗୋଟିଏ ଦିନ ପୂର୍ବରୁ ରବିବାର ଦେଶ ବାସୀଙ୍କୁ ସମ୍ବୋଧିତ କରିଛନ୍ତି। କୋବିନ୍ଦ ନିଜ ଅନୁଭବ ଉପରେ ଚର୍ଚ୍ଚା କରି କହିଛନ୍ତି, ‘ଅନେକ ଦେଶ ଗସ୍ତ କରିବା ପରେ ମୋ ଭିତରେ ବିଶ୍ୱାସ ଦୃଢ଼ ହୋଇଛି ଯେ ଆମର ଲୋକ ହିଁ ବାସ୍ତବ ରାଷ୍ଟ୍ର ନିର୍ମାତା। ଏଭଳି ମହାନ ଦେଶବାସୀଙ୍କ ହାତରେ ଆମର ଭବିଷ୍ୟତ ସୁରକ୍ଷିତ’।ରାଷ୍ଟ୍ରପତି କହିଛନ୍ତି, ‘ଯେତେବେଳେ ମୁଁ ନିଜର ଛୋଟ ଗାଁରେ ବାଳକପରି ମୋ ଭବିଷ୍ୟତକୁ ବୁଝିବାକୁ ଚେଷ୍ଟା କରୁଥିଲି। ସେତେବେଳେ ଦେଶ ସ୍ୱାଧୀନତା ପାଇବାର ମାତ୍ର କିଛି ବର୍ଷ ହୋଇଥିଲା। ମୋର ଆଶା ଥିଲା ଯେ ଦେଶ ନିର୍ମାଣରେ ଯୋଗଦାନ କରିବି। ଆମ ଭାରତ ଗଣତନ୍ତ୍ରର ଶକ୍ତି ଏହା ଯେ ସବୁ ନାଗରିକଙ୍କ ପାଇଁ କବାଟ ଖୁଲା ରହିଥାଏ ସେମାନେ କିଛି ବି କରିପାରିବେ’। ସେ ଆହୁରି କହିଛନ୍ତି, ମୋର କାର୍ଯ୍ୟକାଳ ଭିତରେ ସମାଜର ସବୁ ବର୍ଗଙ୍କ ପାଖରୁ ପୂର୍ଣ୍ଣ ସହଯୋଗ, ସମର୍ଥନ ଓ ଆଶୀର୍ବାଦ ପାଇଛି। କୋବିନ୍ଦ କହିଛନ୍ତି, “ଯଦି କାନପୁରର ଏକ ଗାଁରୁ ଜଣେ ବ୍ୟକ୍ତି ଆଜି ଆପଣଙ୍କୁ ସମ୍ବୋଧିତ କରୁଛନ୍ତି, ତେବେ ଏହା ଭାରତର ଗଣତନ୍ତ୍ରର ଜୀବନ୍ତ ପ୍ରମାଣ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି