୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । କେନ୍ଦ୍ରୀୟ ନେତାଙ୍କୁ ଆଣି ଦଳ ତୃଣମୂଳ ସ୍ତରରୁ ସ୍ଥିତି ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବା ଲାଗି ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନିଜ ଉପରୁ ଦଳୀୟ ନିଲମ୍ବନ ଉଠାଇବା ପାଇଁ ବିଧାୟକ ମହମ୍ମଦ ମୋକିମ ବ୍ୟାକଳୁ ଥିବା ବେଳେ ଏବେ ନିଲମ୍ବନ ଉଠିବ ନାହିଁ ବୋଲି ପିସିସି ପ୍ରଭାରୀ କହିଛନ୍ତି । ସେପଟେ ଟିକେଟ୍ ବଣ୍ଟା ନେଇ କଂଗ୍ରେସ କସରତ ଆରମ୍ଭ କରିଛି ।ରାଜ୍ୟ କଂଗ୍ରେସକୁ ଘାରିଛି ସ୍ଥିତି ସୁଧାରିବା ଚିନ୍ତା । ଦଳ ନେବ କେନ୍ଦ୍ରୀୟ ନେତାଙ୍କ ସହାୟତା । ଓଡ଼ିଶା ଆସିବାକୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆମନ୍ତ୍ରଣ । ମୋକିମଙ୍କ ନିଲମ୍ବନକୁ ଝୁଲାଇ ରଖିଲେ ପ୍ରଭାରୀ । ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଡିସେମ୍ବରରୁ ଜାନୁଆରୀ ଭିତରେ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । କେନ୍ଦ୍ରୀୟ ନେତାଙ୍କ ସହାୟତାରେ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ରାହୁଲ ଗାନ୍ଧୀଙ୍କୁ ନେଇ ୪ଟି ବଡ଼ସଭା କରିବାକୁ ଦଳ ଲକ୍ଷ୍ୟ ରଖିଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ କଂଗ୍ରେସର ଟପ୍ କେନ୍ଦ୍ରୀୟ ନେତା ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବାରୁ ଦଳ ଗ୍ରାଉଣ୍ଡରେ ପ୍ରସ୍ତୁତି ଆରମ୍ଭ କରିଛି ।
Trending
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
- ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି
- ରାଜଧାନୀ ଭୁବନେଶ୍ବରରେ ୭ଟି ସ୍ଥାନରେ ହେବ ରାବଣ ପୋଡି
- ରାଜ୍ୟରେ ସରକାରୀ ଚାକିରି ବିକ୍ରୀ ହେବାରେ ଲାଗିଛି
- ପ୍ରଥମ ଥର ପାଇଁ ଭାରତ ମାତାର ପ୍ରତିଛବି ଥିବା ସ୍ମାରକୀ ମୁଦ୍ରା ଉନ୍ନୋଚିତ
- ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମିଳିଲା ମଞ୍ଜୁରୀ
Prev Post
Next Post