ଗତ ୭ ତାରିଖରେ ମିଜୋରାମର ୪୦ଟି ଆସନ ଓ ଛତିଶଗଡ଼ର ୨୦ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଏଥର କଂଗ୍ରେସକୁ ହଟାଇ ସରକାର ଗଠନ ନିମନ୍ତେ ବିଜେପି ଜୋରଦାର ପ୍ରୟାସ କରୁଛି ।ତେବେ ଏହା ମଧ୍ୟରେ ରାଜସ୍ଥାନ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ଦଳର କିଛି ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ଧରିଛନ୍ତି । ପୂର୍ବତନ ମନ୍ତ୍ରୀ ରାମ ଗୋପାଳ ଓ ମୁଖପାତ୍ର ପଙ୍କଜ ମେହତା ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ସି.ପି ଯୋଶୀଙ୍କ ଉପସ୍ଥିତିରେ ଆହୁରି ଅନେକ ନେତା ଦଳରେ ମିଶିଥିବା ଜଣାପଡ଼ିଛି । ନିକଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣା ରାମେଶ୍ୱର ଦାଧୀଚ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ ।ଜଣାପଡ଼ିଛି ଯେ, ରାମ ଗୋପାଳ ଓ ପଙ୍କଜ ଉଭୟେ କୋଟାରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ । ପଙ୍କଜ ଲାଡପୁରା ଓ କୋଟା ଦକ୍ଷିଣରୁ ଟିକେଟ ଚାହୁଁଥିଲେ ।
Trending
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
Prev Post
Next Post