ଇତିହାସର ପୁନରାବୃତ୍ତି

୨୬ ବର୍ଷ ପୁରୁଣା ଇତିହାସର ପୁଣିଥରେ ଦିଲ୍ଲୀରେ ପୁନରାବୃତ୍ତି ହେବାକୁ ଯାଉଛି। ୧୯୯୮ରେ ଦୁର୍ନୀତି ଅଭିଯୋଗରେ ସାହିବ ସିଂ ବର୍ମାଙ୍କ ଇସ୍ତଫା ପରେ ସୁଷମା ସ୍ୱରାଜଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବର୍ତ୍ତମାନ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ରାଜଧାନୀରେ ପୁଣିଥରେ ଏଭଳି ଘଟଣା ଘଟିବାକୁ ଯାଉଛି। ବାସ୍ତବରେ, ଏକ୍ସାଇଜ୍ ପଲିସି ସ୍କାମରେ ଧରାପଡିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।ପ୍ରାୟ ସାଢ଼େ ପାଞ୍ଚ ମାସ ଧରି ଜେଲରେ ରହିବା ପରେ କେଜ୍ରିୱାଲ ଗତ ସପ୍ତାହରେ ତିହାରରୁ ବାହାରିଥିଲେ। ସେ ଜେଲରୁ ବାହାରିବା ମାତ୍ରେ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ ଖେଳି ଇସ୍ତଫା ଘୋଷଣା କରିଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଦିଲ୍ଲୀରେ ଦୁର୍ନୀତି ଯୋଗୁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡୁଛି। ଏହାପୂର୍ବରୁ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ସାରିଛନ୍ତି।୧୯୯୬ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ବିଜେପି ନେତା ମଦନ ଲାଲ ଖୁରାନାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ସେତେବେଳେ ମଦନ ଲାଲ ଖୁରାନା ଏବଂ ତତ୍କାଳୀନ ବିଜେପି ସଭାପତି ଲାଲ କୃଷ୍ଣ ଆଡଭାନୀ ଜୈନ ଡାଏରୀ ମାମଲା ବା ହାୱାଲା ସ୍କାମରେ ଜଡିତ ଥିଲେ। ଏହି ପ୍ରସଙ୍ଗରେ ବିରୋଧୀ ଦଳ ବିଜେପିକୁ କୋଣଠେସା କରିଥିଲା।