ଯଦି ଏବେ ଲୋକସଭା ନିର୍ବାଚନ କରାଯାଏ ତା’ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ‘ନ୍ୟାସ୍ନାଲ୍ ଡେମୋକ୍ରାଟିକ୍ ଆଲିଏନ୍ସ୍’ (ଏନ୍ଡିଏ) ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବ ବୋଲି ‘ଇଣ୍ଡିଆ ଟିଭି-ମାଟ୍ରାଇଜ୍ ନିଉଜ୍ କମ୍ୟୁନିକେସନ୍’ ଦେଶବ୍ୟାପୀ କରିଥିବା ଜନମତ ସର୍ବେକ୍ଷଣ କହିଛି।ଲୋକସଭାର ସମୁଦାୟ ୫୪୩ଟି ଆସନରୁ ‘ଏନ୍ଡିଏ’ ୩୬୨ଟି ଆସନ ଅକ୍ତିଆର୍ କରିପାରିବ ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି।‘ଦେଶ୍ କୀ ଆୱାଜ୍’ ବା ‘ଦେଶର ମତ’ ଶୀର୍ଷକ ଉକ୍ତ ସର୍ବେକ୍ଷଣର ଫଳାଫଳ ଶୁକ୍ରବାର ଅପରାହ୍ଣ ୪ଟାରେ ‘ଇଣ୍ଡିଆ ଟିଭି’ରେ ପ୍ରସାରିତ ହୋଇଥିଲା।ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଏବେ ଯଦି ସାଧାରଣ ନିର୍ବାଚନ କରାଯାଏ ତେବେ, କଂଗ୍ରେସ ନେତୃତ୍ବାଧୀନ ‘ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲିଏନ୍ସ୍’ (ୟୁପିଏ) ମାତ୍ର ୯୭ଟି ଓ କ୍ଷୁଦ୍ର, ଆଞ୍ଚଳିକ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀମାନଙ୍କ ସମେତ ‘ଅନ୍ୟାନ୍ୟ’ ଦଳ ୮୪ଟି ଆସନ ପାଇବେ।‘ଏନ୍ଡିଏ’ ୪୧%, ‘ଉପା’ ୨୮% ଏବଂ ‘ଅନ୍ୟାନ୍ୟ’ ୩୧% ଭୋଟ୍ ପାଇ ପାରନ୍ତି ବୋଲି ଉକ୍ତ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା