ଯଦି ଏବେ ଲୋକସଭା ନିର୍ବାଚନ କରାଯାଏ ତା’ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ ‘ନ୍ୟାସ୍ନାଲ୍ ଡେମୋକ୍ରାଟିକ୍ ଆଲିଏନ୍ସ୍’ (ଏନ୍ଡିଏ) ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବ ବୋଲି ‘ଇଣ୍ଡିଆ ଟିଭି-ମାଟ୍ରାଇଜ୍ ନିଉଜ୍ କମ୍ୟୁନିକେସନ୍’ ଦେଶବ୍ୟାପୀ କରିଥିବା ଜନମତ ସର୍ବେକ୍ଷଣ କହିଛି।ଲୋକସଭାର ସମୁଦାୟ ୫୪୩ଟି ଆସନରୁ ‘ଏନ୍ଡିଏ’ ୩୬୨ଟି ଆସନ ଅକ୍ତିଆର୍ କରିପାରିବ ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି।‘ଦେଶ୍ କୀ ଆୱାଜ୍’ ବା ‘ଦେଶର ମତ’ ଶୀର୍ଷକ ଉକ୍ତ ସର୍ବେକ୍ଷଣର ଫଳାଫଳ ଶୁକ୍ରବାର ଅପରାହ୍ଣ ୪ଟାରେ ‘ଇଣ୍ଡିଆ ଟିଭି’ରେ ପ୍ରସାରିତ ହୋଇଥିଲା।ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଏବେ ଯଦି ସାଧାରଣ ନିର୍ବାଚନ କରାଯାଏ ତେବେ, କଂଗ୍ରେସ ନେତୃତ୍ବାଧୀନ ‘ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲିଏନ୍ସ୍’ (ୟୁପିଏ) ମାତ୍ର ୯୭ଟି ଓ କ୍ଷୁଦ୍ର, ଆଞ୍ଚଳିକ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀମାନଙ୍କ ସମେତ ‘ଅନ୍ୟାନ୍ୟ’ ଦଳ ୮୪ଟି ଆସନ ପାଇବେ।‘ଏନ୍ଡିଏ’ ୪୧%, ‘ଉପା’ ୨୮% ଏବଂ ‘ଅନ୍ୟାନ୍ୟ’ ୩୧% ଭୋଟ୍ ପାଇ ପାରନ୍ତି ବୋଲି ଉକ୍ତ ସର୍ବେକ୍ଷଣରେ ଉଲ୍ଲେଖ କରାଯାଇଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ