ଆଜି ପ୍ରଧାନମନ୍ତ୍ରୀଙ୍କ ସମସ୍ତ ରାଜ୍ୟ ସହ କୋଭିଡ ସମୀକ୍ଷା ବୈଠକ

ଆଜି ପ୍ରଧାନମନ୍ତ୍ରୀଙ୍କ ସମସ୍ତ ରାଜ୍ୟ ସହ କୋଭିଡ ସମୀକ୍ଷା ବୈଠକ

ମେଟ୍ରୋ ଟିଭି ଓଡିଶା,୧୩/୧: କୋଭିଡର କାୟା ବିସ୍ତାର ହେବାରେ ଲାଗିଲାଣି । ଏହି ସଂକ୍ରମଣକୁ ରୋକିବା ପାଇ ଆଜି ଅପରାହ୍ନ ସାଢେ ୪ଟାରେ ପ୍ରଧାନମନ୍ତ୍ରୀ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମୋଡରେ ବୈଠକ କରି କୋଭିଡର ସମୀକ୍ଷା କରିବେ । ଦେଶରେ କୋଭିଡ ସ୍ଥିତି, ଡାକ୍ତରଖାନା ଭିତ୍ତିଭୂମି, ସଂକ୍ରମଣ ବୃଦ୍ଧି ନେଇ ଆଲୋଚନା ସହ ସମସ୍ତ ରାଜ୍ୟର ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀ ଅବଗତ ହୋଇପାରନ୍ତି ।

ଦେଶରେ ଏବେ ଦୈନିକ ସଂକ୍ରମଣ ଦୁଇ ଲକ୍ଷ ମୁହାଁ ହୋଇଛି । ଗତକାଲି ୧ ଲକ୍ଷ ୯୪ ହଜାର ୭୨୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ବିଭିନ୍ନ ରାଜ୍ୟରେ ବି ସଂକ୍ରମଣ ଉପରମୁହାଁ ହୋଇଛି । ବିଶେଷଜ୍ଞ ଆଶଙ୍କା କରୁଛନ୍ତି, ଚଳିତ ମାସରେ ଦେଶରେ କରୋନାର ତୃତୀୟ ଲହର ପିକ୍ ଆସିପାରେ । ତାପୂର୍ବରୁ ମୁକାବିଲା ପ୍ରସ୍ତୁତି ନେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ସେମାନଙ୍କର ମତାମତ ବି ଲୋଡ଼ି ପାରନ୍ତି ।