ଅରବିନ୍ଦ ଆହୁରି କହିଛନ୍ତି, ପାଟକୁରାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛି ୨୦୨୯ ପର୍ଯ୍ୟନ୍ତ ବିଧାୟକ ଭାବେ ଦାୟିତ୍ୱ ତୁଲାଇବି। ମୁଁ ଏହି ଘଟଣାକୁ ନେଇ କୌଣସି ବ୍ୟସ୍ତ ବିବ୍ରତ ନୁହେଁ। ଏହା ଦଳୀୟ ଘଟଣା। ବର୍ତ୍ତମାନ ବି ମୁଁ ପାଟକୁରା ବିଧାୟକ। ସମସ୍ତଙ୍କ ସହ ଯୋଡି ହୋଇ ରହିଛି।
ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ କରାଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ନଳୀନି ପ୍ରଭା ଜେନାଙ୍କୁ ନିଲମ୍ବନ କରିଛନ୍ତି ଖୋଦ୍ ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।
ସେହିଭଳି ସନାତନ କହିଛନ୍ତି ଯେ, ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ। ୧୩ ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନି, ବିରୋଧରେ ମଧ୍ୟ କିଛି କହିନି। ବିଜେଡି ସମୟରେ କେନ୍ଦୁଝର ବିକାଶ ହୋଇନି କହିଥିଲି। ଯଦି ଏତିକିରେ ସସପେଣ୍ଡ କରିବେ ତାହେଲେ ମୁଁ କିଛି କହିପାରିବିନି। ସସପେଣ୍ଡ କରିବା ପୂର୍ବରୁ ଡାକିଥିଲେ ନିଶ୍ଚିତ ଯାଇଥାନ୍ତି। ସସପେଣ୍ଡ କରିବା ପରେ ସଭାପତିଙ୍କୁ ଦେଖା କରିବା ଠିକ ହେବନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।