ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ

ଓଡ଼ିଶା ବିଧାନସଭାର ପ୍ରଶ୍ନକାଳ ସମୟରେ  ଏକ ଅଭିନବ ତଥା ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଗୃହ ଓଡ଼ିଆ ଗୌରବ ଓ ସ୍ୱାଭିମାନର ପ୍ରତୀକ, ସେଠାରେ ଓଡ଼ିଆ ଭାଷା ପରିବର୍ତ୍ତେ ବିଧାୟକମାନେ ବଙ୍ଗାଳି ଭାଷାରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିବାରେ ମାତିଥିଲେ। ଏହି ଘଟଣା ସାଧାରଣରେ ‘ଓଡ଼ିଆ ଅସ୍ମିତା’ ବିଷୟକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ବିଦ୍ୟାଳୟରେ ଡ୍ରପ୍-ଆଉଟ୍ ଆଲୋଚନା ସମୟରେ ଘଟିଥିଲା ଏହି ଘଟଣା । ବିଧାନସଭାରେ  ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଡ୍ରପ୍-ଆଉଟ୍ (ପାଠ ଛାଡ଼ିବା) ସମ୍ବନ୍ଧୀୟ ଆଲୋଚନା ସମୟରେ ବିରୋଧୀ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ସ୍ୱାଇଁ ପ୍ରଥମେ ବଙ୍ଗାଳି ଭାଷାରେ ଏକ ଢଗ କହି ସରକାରଙ୍କୁ କଟାକ୍ଷ କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ “ଯଦି ହିସାବ କିତାବ ଠିକ ଅଛେ, ଛେଲେ ଡୁବଛେ କେନ’” -ଯଦି ସବୁ ହିସାବ ଠିକ୍ ଅଛି, ତେବେ ପିଲା କାହିଁକି ବୁଡ଼ୁଛନ୍ତି? ।

ରଣେନ୍ଦ୍ର ସ୍ୱାଇଁଙ୍କ ବଙ୍ଗାଳିରେ ଆକ୍ଷେପ ପରେ, ଶାସକ ଦଳ ବିଧାୟକ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବଙ୍ଗାଳି ଭାଷାରେ ହିଁ ପାଲଟା ଜବାବ ଦେଇଥିଲେ। ସିଦ୍ଧାନ୍ତ କହିଥିଲେ, “ଆଖୋନ କିନ୍ତୁ ସେରୋକମ ନେଇ । ୨୦୨୪ ଏର୍ ପର୍ ସେରକମ ନେଇ। ସୁଧୁ ଛେଲେ ନୟ, ଛେଲେ ଆର୍ ମେଁ ଦୁଜୋନେଇ ଏଖୋନ୍ ସ୍କୁଲ୍ ଆସ୍ତେ ଚାଏ। ଆପନାଦେର୍ କାଛେ ଛେଲେ ଛିଲୋ। ଆମେର୍ କାଛେ ଛେଲେ, ମେଁ ଦୁଜୋନେଇ ଆଛେ। ସେଟା ଆଗେ ଛିଲୋ, ଆଖୋନ ନେୟ…”, ଅର୍ଥାତ୍ ଏବେ କିନ୍ତୁ ସେଭଳି ନୁହେଁ। ୨୦୨୪ ପରଠାରୁ ସବୁ କିଛି ବଦଳିଯାଇଛି। କେବଳ ପୁଅ ନୁହେଁ, ବର୍ତ୍ତମାନ ପୁଅ-ଝିଅ ଉଭୟ ସ୍କୁଲ ଯିବାକୁ ଚାହୁଁଛନ୍ତି। ଆପଣଙ୍କ ପାଖରେ ପୁଅ ଥିଲେ। ଆମପାଖେ ଏବେ ଉଭୟ ପୁଅ-ଝିଅ ଅଛନ୍ତି, ଯେଉଁମାନେ ସ୍କୁଲ ଯିବାକୁ ଆଗ୍ରହୀ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  କହିଥିଲେ, ହିସାବ କିତାବ ଠିକ ଆଛେ, ଛେଲେ ଘୁରଛେ କ୍ୟାନୋ ଅର୍ଥାତ୍ ଯଦି ହିସାବ ଠିକ୍ ଅଛି, ତେବେ ପିଲା କାହିଁକି ବୁଡ଼ୁଛନ୍ତି? ତମ ପାଖରେ ସବୁ ରିପୋର୍ଟ ଅଛି । ୨୦୨୪-୨୫ରେ କେତେ ପିଲା ନାମ ଲେଖାଇଥିଲେ? ବର୍ତ୍ତମାନ ୨୫-୨୬ରେ କେତେ ଲେଖେଇଲେ? କଟକ ଜିଲ୍ଲାରେ କେବଳ ୨୮୧୦ ସ୍କୁଲ୍ ଅଛି । ଚଳିତ ବର୍ଷ ୩୨ ହଜାର ଛାତ୍ରଛାତ୍ରୀ କମିଛନ୍ତି । ମନ୍ତ୍ରୀଙ୍କ କହିବାନୁସାୟୀ, ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ଆଣିବାକୁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଯଦି ସବୁ ଠିକ୍ ଅଛି ତାହାହେଲେ, ଅସୁବିଧାଟା କେଉଁଠି? କାହିଁକି ପ୍ରତିବର୍ଷ ନାମଲେଖା କମୁଛି?, ଶିକ୍ଷକମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ରଣେନ୍ଦ୍ର ।

ଓଡ଼ିଶାର ନିଜସ୍ୱ ଭାଷା ପ୍ରତି ଏଭଳି ସମ୍ବେଦନଶୀଳ ମୁହୂର୍ତ୍ତରେ ବିଧାୟକମାନେ ଅନ୍ୟ ଭାଷାର ବ୍ୟବହାର କରି ଯୁକ୍ତିତର୍କରେ ମାତିବା, ରାଜ୍ୟର ଭାଷା ନୀତି ଏବଂ ସାଂସ୍କୃତିକ ଗୁରୁତ୍ୱ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a comment