ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଜୁ ଜନତା ଦଳ । ତାଙ୍କୁ ଦଳର ଉପ ସଭାପତି ପଦରୁ ହଟାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ଯାହା ଆଶା କରାଯାଉଥିଲା ତାହା ହେଲା । ବିଜେଡି ଉପସଭାପତି ପଦରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଦରୁ ବହିଷ୍କାର କରିଛନ୍ତି ।
ଗତ କିଛିଦିନ ଧରି ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ ସୌମ୍ୟ। ତାଙ୍କ ଆଭିମୁଖ୍ୟକୁ ବିଜେଡିର ବହୁ ବରିଷ୍ଠ ନେତା ନାପସନ୍ଦ କରିଥିଲେ। ଏପରିକି ଦଳ ଛାଡ଼ି ସଂପାଦକୀୟ ଲେଖିବାକୁ ମଧ୍ୟ ଆହ୍ବାନ ଦେଇଥିଲେ। ଅତୀତରେ ସେ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ସମାଲୋଚନା କରି ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ବିଜେଡି ପକ୍ଷରୁ ଜାରି କରାଯିବା ସହିତ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଥିବା ଉଲ୍ଲେଖ ଅଛି। ତେବେ ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା। ନିକଟ ଅତୀତରେ ସେ ‘ଆମ ଘର ହାଲ୍ଚାଲ୍’ରେ ୫ଟି ସଚିବଙ୍କୁ ସମାଲୋଚନା କରି ସମ୍ପାଦକୀୟ ଲେଖିଥିଲେ।