ନବୀନଙ୍କ ଫିଜିଓଥେରାପିଷ୍ଟ ଶ୍ରଦ୍ଧା ଏବେ କେଉଁଠି , କାହିଁକି ଛାଡ଼ିଲେ ନବୀନ ନିବାସ

ବିଜୁ ଜନତା ଦଳ ତିଷ୍ଠିବ ତ? ନା ଭୁଶୁଡ଼ି ପଡ଼ିବ? ନିର୍ବାଚନୀ ବିପର୍ଯ୍ୟୟର ଏପର୍ଯ୍ୟନ୍ତ ସମୀକ୍ଷା ହେଲାନି କି ଦଳୀୟ କର୍ମୀ ଓ ନେତାଙ୍କ ମନୋବଳ ବଢ଼ାଇବାକୁ ପଦକ୍ଷେପ ବି ନିଆଗଲାନି । ପାଣ୍ଡିଆନକୁ ନେଇ ବିଜେଡ଼ି କର୍ମୀ ମାନେ ଅସନ୍ତୁଷ୍ଟ ଥିବା ବେଳେ ନବୀନ କିନ୍ତୁ ତାଙ୍କ ସପକ୍ଷରେ ଯୁକ୍ତି ରଖୁଛନ୍ତି । ବର୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ନୀବନ ନିବାସ ଚର୍ଚାରେ। ନବୀନଙ୍କ ଫିଜିଓଥେରାପିଷ୍ଟ ମହାରାଷ୍ଟ୍ରର ଯୁବତୀ ‘ଶ୍ରଦ୍ଧା’ । ତାଙ୍କୁ ନେଇ ଏବେ ଚର୍ଚା ଯୋର ଧରିଛି । ଶୁଣିବାକୁ ମିଳୁଛି ସେ  କୁଆଡ଼େ ନବୀନ ନିବାସ ଛାଡ଼ି ଦେଇଛନ୍ତି । ଗତକାଲି ସେ ନବୀନ ନିବାସ ଛାଡ଼ି ଅନ୍ୟତ୍ର କୁଆଡ଼େ ପଳାୟନ କରିଥିବା ଖବର ଶୁଣିବାକୁ ମିଳୁଛି ।  ସେ କାହିଁକି ନୀବନ ବିନାସ ଛାଡ଼ିଲେ ତାହା କୁ ନେଇ ଏକ ପ୍ରଶ୍ନ ଉଠୁଛି । କାହା  ନିର୍ଦେଶରେ ସେ ଛାଡ଼ିଛନ୍ତି ନବୀନ ନିବାସ ।  ବାର୍ଦ୍ଧକ୍ୟଜନିତ ସ୍ଥିତି ପାଇଁ ଶ୍ରଦ୍ଧାଙ୍କ ଉପରେ ନବୀନ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ।  ନୀବନ ବାହାରକୁ ଭ୍ରମଣ କରିବାକୁ ଯବା ସମୟରେ ତାଙ୍କୁ ନବୀନଙ୍କ ସହ ଦେଖିବାକୁ ମିଳୁଥିଲା ।

ସୁଚନା ଅନୁସାରେ ବିଜେଡିର ଆତ୍ମଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ନବୀନ ନିବାସରେ ରହି ଶ୍ରଦ୍ଧାଙ୍କ ସହ ମିଶି ଉଭୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡିକୁ ସମ୍ପୂର୍ଣ୍ଣ ଭାବେ ନିଜ କବଜାକୁ ନେଇ ଯାଇଥିବା ଚର୍ଚ୍ଚା  ମଧ୍ୟ ଯୋର ଧରିଥିଲା । ଶ୍ରଦ୍ଧାଙ୍କ ଉପରେ ନବୀନ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ତା’ର ଭରପୂର ଫାଇଦା  ଶ୍ରଦ୍ଧା ନେଉଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଥିଲା । ତେବେ ଦଳ ହାରିଯିବା ପରେ ଶ୍ରଦ୍ଧା ଏପରି ନିଷ୍ପତ୍ତି ନିଜେ ନେଇଛନ୍ତି  ନାଁ କାହା ଚାପରେ ବା ଏହା ମଧ୍ୟରେ ଆଉ କୌଣସି କଥା ଲୁଛି ରହିଛି ତାହା ଜାଣିବାକୁ ବାକି ରହିଲା । ସେ କୁଆଡ଼େ ଗଲେ କାହିଁକି ଗଲେ , ଯିବାର କାରଣ କଣ ଏପରି ଅନେକ ପ୍ରଶ୍ନ ଘେରରେ ନୀବନ ନିବାସ ।