
ପଂଜାବ ମୁଖ୍ୟମନ୍ତ୍ରୀ ପୁଣି ଥରେ ବାହା ହେବେ । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ତାଙ୍କଠାରୁ 16 ବର୍ଷ ସାନ ଗୁରୁପ୍ରିତଙ୍କୁ ଆଜି ବାହାହେବେ । ଚଣ୍ଡୀଗଡ଼ରେ ଏହି ବାହାଘର ହେବ । ୪୮ ବର୍ଷୀୟ ଭଗୱନ୍ତ ୩୨ ବର୍ଷୀୟ ଡଃ ଗୁର୍ପ୍ରୀତ କୌରଙ୍କ ସହ ଦ୍ୱିତୀୟ ବିବାହ କରିବେ। କାରଣ ପୂର୍ବରୁ ମାନ ବାହାହୋଇଥିବା ବେଳେ 6 ବର୍ଷ ତଳୁ ସେମାନଙ୍କ ବାହାଘର ଛାଡପତ୍ର ହୋଇସାରିଛି ।
ମୁଖ୍ୟମନ୍ତ୍ରୀ ମାନଙ୍କ ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମେତ ଆପ ର ବିରଷ୍ଠ ନେତା ଏବଂ ଅଳ୍ପ ସଂଖକ ଲୋକ ଯୋଗଦେବେ । ଚଣ୍ଡୀଗଡ଼ରେ ବିବାହ ସମାରୋହ ଅନୁଷ୍ଠିତ ହେବ। ଏହି ବିବାହ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କୁ ଡକାଯାଇନାହିଁ । ପରିବାର ସଦସ୍ୟ ହିଁ ସାମିଲ ହେବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇସାରିଥିବା ବେଳେ ଶିଖ୍ ରୀତିନୀତି ଅନୁଯାୟୀ ବିବାହ ଉତ୍ସବ ହେବ । ସିଏମ୍ ଭଗବନ୍ତ ନିଜେ ବିବାହର ଆୟୋଜନ କରୁଛନ୍ତି।
ଭଗବନ୍ତ ମନ ଏବଂ ଗୁରୁପ୍ରୀତ କୈାର ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି । ଏଠାରେ ସୂଚନାଯୋଗ୍ୟ ଭଗବନ୍ତ ମାନଙ୍କର ପ୍ରଥମ ବିବାହ ଇନ୍ଦରପ୍ରୀତ କୈାରଙ୍କ ସହିତ ହୋଇଥିଲା । ଭଗବନ୍ତ ମାନଙ୍କ ପୁଅ ଦିଲଶାନ ମାନ (17) ଏବଂ ଝିଅ ସିରାତ କୈାର ମାନ (21) ଅଛନ୍ତି । ପୂର୍ବତନ ସ୍ତ୍ରୀ ଏବେ ଆମେରିକାରେ ରୁହନ୍ତି। 20 ମାର୍ଚ୍ଚ 2015 ରେ ଭାଗବତ ମନ ଏବଂ ଇନ୍ଦରପ୍ରୀତ କୈାରଙ୍କର କୋର୍ଟରେ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଏହି ଆବେଦନରେ ମାନଙ୍କର ଯୁକ୍ତି ଥିଲା ଯେ ସେ ରାଜନୀତି କାରଣରୁ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ନେଉଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ପୁଣି ସେ ବାହା ହେବାକୁ ମନ ବଳାଇଛନ୍ତି ।