ସିସୋଦିଆଙ୍କ ଘର ଆଗରେ ବିଜେପି କର୍ମୀଙ୍କ ବିକ୍ଷୋଭ

ଦିଲ୍ଲୀ ସରକାରରେ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀମନ୍ତ୍ରୀ ଥିବା ମନିଷ ସିସୋଦିଆଙ୍କ ଉପରେ ବିପଦ ଘନେଇବାରେ ଲାଗିଛି । ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ଅନୁମତି ଦେବା ପରେ ଏବେ ସିସୋଦିଆଙ୍କ ଅବକାରୀ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ପ୍ରଦର୍ଶନ କରାଯାଇଛି ।

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବାବଦରେ ସିବିଆଇ ଯାଂଚ ପାଇଁ ଉପ ରାଜ୍ୟପାଳ ସୁପାରିଶ କରିବା ପରେ ଆକ୍ସନ ମୋଡକୁ ଆସିଛି ବିଜେପି । ଏନେଇ ଆଜି ଶହ ଶହ ବିଜେପି କର୍ମୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘର ଘେରାଉ କରିଛନ୍ତି ।ଏହି କ୍ରମରେ ଦିଲ୍ଲୀ ବିଜେପି ନେତା ଆଦେଶ ଗୁପ୍ତା ମନିଷ ସିସୋଦିଆଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି କି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜ ମଦ ମାଫିଆଙ୍କୁ ଲାଭ ପହଂଚାଇବାକୁ କ୍ୟାବିନେଟର ବିନା ଆପ୍ରୁଭାଲରେ ଟଙ୍କା ଦେଇଛନ୍ତି । ଏନେଇ ଦିଲ୍ଲୀ ରାଜକୋଷରୁ ୧ ହଜାର କୋଟି ଟଙ୍କା ମଦ ମାଫିଆ ଲୁଟି ନେଇଛନ୍ତି ବୋଲି ଆଦେଶ ଗୁପ୍ତା ଅଭିଯୋଗ କରିଛନ୍ତି ।