ପଶ୍ଚିମବଙ୍ଗ ଭୋଟ: ୫ କୋଟି ୬୭ ଲକ୍ଷରୁ ଅଧିକ ଭୋଟର ଦେବେ ଭୋଟ

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ଏଥର ନିର୍ବାଚନରେ ହିଂସାକୁନେଇ ରାଜନୀତି ଚାଲିଛି । ନିର୍ବାଚନ ଦିନ 7ଜଣଙ୍କ ଜୀବନ ଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ ହୋଇଥିଲେ ମଧ୍ୟ ହିଂସା କମିନାହିଁ । ସେପଟେ ଆଜି ଭୋଟ ଦେଉଛନ୍ତି ୫ କୋଟି ୬୭ ଲକ୍ଷରୁ ଅଧିକ ଭୋଟର । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ।୨୨ ଜିଲ୍ଲାର ୯୨୮ଟି ଜିଲ୍ଲା ପରିଷଦ ଆସନ, ୯ ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୬୩ ହଜାର ୨୨୯ ଗ୍ରାମ ପଞ୍ଚାୟତ ପାଇଁ ଭୋଟ ଦେଉଛନ୍ତି ଜନତା । ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବ ଫଳାଫଳ ।