ଗରିବଙ୍କୁ ଭୂମି ଅଧିକାର: ଜାଗା ମିସନ୍‌ରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ

ଭୁବନେଶ୍ୱର: ଜାଗା ମିସନ୍‌ ଅଧୀନରେ ସହରାଞ୍ଚଳ ଗରିବଙ୍କୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ୬୫ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ଗରିବ ଲୋକ ସେମାନଙ୍କର ଅଧିକାର ପାଇବା ପର୍ଯ୍ୟନ୍ତ ସରକାର ପ୍ରୟାସ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲାରେ ଏଲ୍‌ଆରସି ବଣ୍ଟନ କରାଯାଇଛି। ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ।କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ପ୍ରମାଣପତ୍ର(ଏଲ୍‌ଆରସି)ବାଣ୍ଟିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜାଗା ମିସନ ଗରିବଙ୍କୁ ଏକ ନୂଆ ପରିଚୟ ଦେଇଛି। ଏଭଳି ପ୍ରମାଣପତ୍ର ବା ଅଧିକାର ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ। ଏବେ ଭୂମି ଅଧିକାର ଦିଆଯାଇଛି। ଆଗକୁ ସେହି ଜମିରେ ଘର ତିଆରି କରିବାକୁ ସହାୟତା ପ୍ରଦାନ କରାଯିବ।