ଭୁବନେଶ୍ବର: ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଇପସିତା ସାହୁ । କୁସୁମ ଟେଟେଙ୍କ ନିକଟତମ ସମ୍ପର୍କୀୟ ୨ ନମ୍ବର କୋଇଲା ବେପାର ଏବଂ ଟେଣ୍ଡର ଫିକ୍ସିଂ କରି ଯେଉଁ ୫୦୦ କୋଟି ରୋଜଗାର କରିଛନ୍ତି, ସେ ବିଷୟରେ ଆପଣ କହିଲେ କି ବୋଲି ପ୍ରଶ୍ନ କରିଛନ୍ତି । କୁସୁମ ଟେଟେଙ୍କ ନିକଟତମ ସମ୍ପର୍କୀୟ ଚାକିରି ଦେବା ନାଁରେ ଯେଉଁ ଠକାମୀ କରିଛନ୍ତି ସେଥିପାଇଁ ଉଦବେଗ ପ୍ରକାଶ କରୁଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଚାକିରି ନାଁରେ ଠକେଇ କରି ଫେରାର୍ ଥିବା ଲୋକ ସହ ଆପଣଙ୍କ ସମ୍ପର୍କ କଣ ? ଏଥିରେ ହୋଇଥିବା ଦୁର୍ନୀତି ବାବଦ ଟଙ୍କା କାହା ପାଖକୁ ଯାଇଛି ? ଏନଟିପିସିରୁ ପାଉଁଶ ପରିବହନ ବାବଦକୁ ହୋଇଥିବା ଟେଣ୍ଡର ଫିକ୍ସିଂରେ କିଏ ସଂପୃକ୍ତ ଅଛି ? ୫୦୦ କୋଟି ଟଙ୍କା ଆପଣଙ୍କ ପାଇଁ କମ୍ ଲାଗିପାରେ ବୋଲି କହିଛନ୍ତି ଇପସିତା ।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post