ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି । ସେ ପୂର୍ବତନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି ।  ବିକ୍ଷୋଭ ପରେ ୮ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ । ଏହାପରେ ସେଠିକାର ସେନା ଅସ୍ଥାୟୀ ରୂପେ ଶାସନ ସମ୍ଭାଳିଥିଲେ । କିନ୍ତୁ କାହାକୁ ଦେଶର ମଙ୍ଗ ଦିଆଯିବ ତା’ ଉପରେ କିଛି ନିଷ୍ପତ୍ତି ହୋଇପାରୁନଥିଲା । ଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଦାୟିତ୍ବ କିଏ ନେବ ତାହାକୁ ନେଇ ଜେନ୍ ଜେଡ୍ ନାମରେ ପରିଚିତ ଆନ୍ଦୋଳନକାରୀଙ୍କ ମଧ୍ୟରେ ସହମତି ହୋଇପାରିନଥିଲା ।

ସେମାନଙ୍କ ମତଭେଦ ଭିତରେ ପ୍ରଧାନମନ୍ତ୍ରୀ ପଦ ପାଇଁ ୪ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେମାନଙ୍କ ମଧ୍ୟରେ ଥିଲେ କାଠମାଣ୍ଡୁ ମେୟର ବାଲେନ୍, ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି , ଇଞ୍ଜିନିୟର କୁଲମାନ ଘିସିଂ ଏବଂ ହାରକା ସମ୍ପଙ୍ଗ । ହେଲେ ଶେଷରେ ସୁଶୀଳା କାର୍କିଙ୍କ ନାମରେ ବାଜିଲା ମୋହର । ଆନ୍ଦୋଳକାରୀମାନେ ପ୍ରଥମେ ବାଲେନ ଶାହଙ୍କ ନାଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ରାଜି ନହେବାରୁ ଜଷ୍ଟିସ୍ ସୁଶୀଳା କାର୍କିଙ୍କ ନାଁ ଉଠିଥିଲା ।

Leave a comment