ଭୁବନେଶ୍ବର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଲା। ଏହି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ। ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ତିନି ନେତାଙ୍କ ନିଲମ୍ବନ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଛନ୍ତି। କଂଗ୍ରେସରୁ ନିଲମ୍ବିତ ତିନି ନେତା ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଓ ଅଜୟ କୁମାରଙ୍କ ମଧ୍ୟରେ ଗତକାଲି ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏଥିସହିତ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗତବର୍ଷ ଜୁଲାଇ ମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ପରେ ଦଳର ଶୀର୍ଷ ନେତୃତ୍ବ ଆଗରୁ କହିଥିଲେ ଯେ ପୁରୁଣା ନେତାଙ୍କୁ ଫେରାଇ ଅଣାଯିବ। ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟ କେଉଁ ଦଳରେ ମିଶିନଥିଲେ। ତେବେ ସୋମବାର ଏହି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଚର୍ଚା ହୋଇଥିଲା। ଅଜୟ କୁମାର ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି ଏହା ସହ ଅନେକ ନେତା କଂଗ୍ରେସ ଦଳରେ ଯୋଗଦେବେ ବୋଲି ସେ କହିଛନ୍ତି। ମୋକିମ କହିଛନ୍ତି, ସଂଗଠନକୁ ମଜଭୁତ କରିବା ସହ ଦଳର ଶକ୍ତି ବୃଦ୍ଧି କରିବା ନେଇ ପୂର୍ବ ଭଳି କାମ କରିବେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post