ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ନବୀନ ପଟ୍ଟନାୟକ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେ । ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରିୟ ସମନ୍ୱୟ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ ।ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।ଏହା ସହିତ ଦଳର ଛାତ୍ର, ଯୁବ ମହିଳା ଆଦି ଛାମୁଆ ସଂଗଠନକୁ ଗଠନ କରିବା ଓ ଅକ୍କ୍ଟୋବର ଦୁଇ ତାରିଖରୁ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀ ବିଜୁ ଜନତା ଦଳକୁ ୨୪ ବର୍ଷଧରି ନିରନ୍ତର ଭାବରେ ଆର୍ଶୀବାଦ ଦେଇଆସିଛନ୍ତି, ସେଥିପାଇଁ ଆମେ ସମସ୍ତେ ଓଡ଼ିଶାବାସୀଙ୍କ ନକଟରେ ଋଣୀ । ଏହାସହ ଆଗକୁ କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖିବା ପାଇଁ ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ।