କୋଲକତା: ଅର୍ପିତାଙ୍କ ଘରୁ ଖାଲି କୋଟି କୋଟି ଟଙ୍କା ବାହାରୁଛି । ଏତେ ଟଙ୍କା ଗଣିବାକୁ ଇଡି ମେସିନ ମଗାଉଛି । ଏହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚା । ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦ୍ବିତୀୟ ଫ୍ଲାଟ୍ରୁ ୨୯ କୋଟି ଟଙ୍କା ଓ ୫ କିଲୋଗ୍ରାମ୍ର ସୁନା ଅଳଙ୍କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦୀର୍ଘ ୧୮ ଘଣ୍ଟାର ଜେରାରେ ତଦନ୍ତକାରୀ ସଂସ୍ଥା କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ୍ ଟଙ୍କା ଜବତ କରିଥିବା ସୂଚନା ରହିଛି। ଅର୍ପିତାଙ୍କ ଘରୁ ବାହାରିଥିବା ଟଙ୍କାକୁ ଗଣିବା ପାଇଁ ଇଡି ଅଧିକାରୀମାନେ ୩ଟି ଟଙ୍କା ଗଣିବା ମେସିନ୍ ବ୍ୟବହାର କରୁଥିବା ସୂଚନା ରହିଛି। ଏବେ ସୁଦ୍ଧା ଅର୍ପିତାଙ୍କ ୨ଟି ବାସଭବନରୁ ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିଥିବା ବେଳେ ହିସାବ ଏବେ ବି ଜାରି ରହିଛି।ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରି ଚାଲିଛି। ବେଲଘରିଆରେ ଅର୍ପିତାଙ୍କର ଦୁଇଟି ଫ୍ଲାଟ ଅଛି। ଇଡି ଅଧିକାରୀମାନେ ଗତକାଲି ସେଠାରେ ଚଢ଼ଉ ପାଇଁ ପହଞ୍ଚିଥିଲେ। ହେଲେ ଫ୍ଲାଟର ତାଲା ପଡ଼ିଥିଲା। ତାଲା ଭାଙ୍ଗି ଅଧିକାରୀମାନେ ଭିତରକୁ ପଶିଥିଲେ। ଘରେ ଏକ ଆଲମିରାରେ ବିପୁଳ ନଗଦ ଟଙ୍କା ଥିବା ଜଣାପଡ଼ିଥିଲା। ପୂର୍ବରୁ ଅର୍ପିତାଙ୍କ ଅନ୍ୟଏକ ଫ୍ଲାଟ୍ରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ