ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ୪ ପୂର୍ବତନ ପ୍ରଶାସନିକ ଅଧିକାରୀ । ପ୍ରଭାରୀ ଚେଲା କୁମାର, ପିସିସି ସଭାପତିଙ୍କ ଉପସ୍ଥିତିରେ ଦଳରେ ମିଶିଲେ । ପୂର୍ବତନ ଆଇଏସଏସ ପଞ୍ଚାନନ ଦାସ ଓ ପୂର୍ବତନ ଆଇଏଏସ ବିଶ୍ୱନାଥ ଆଚାର୍ଯ୍ୟ ସାମିଲ୍ ହେଲେ । ପୂର୍ବତନ ଓଏସ ରବୀନ୍ଦ୍ର ନାଥ ମିଶ୍ର ଓ ଉଦ୍ଧବ କର ମଧ୍ୟ ମିଶିଲେ । ଦୁଇ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପଞ୍ଚାନନ ଦାସ ଓ ବିଶ୍ୱନାଥ ଆଚାର୍ଯ୍ୟ ଏବଂ ଦୁଇ ଜଣ ଓଏଏସ ଅଧିକାରୀ ରବୀନ୍ଦ୍ରନାଥ ମିଶ୍ର ଓ ଉଦ୍ଧବ କର ଯୋଗଦେଇଥିବାରୁ ଦଳର ବରିଷ୍ଠ ନେତାମାନେ ସ୍ବାଗତ କରିଥିଲେ । କଂଗ୍ରେସରେ ଯୋଗଦେବା ପରେ ଅବସରପ୍ରାପ୍ତ ଅଧିକାରୀମାନେ କହିଛନ୍ତି ଯେ କଂଗ୍ରେସ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛୁ | କଂଗ୍ରେସରେ ଯୋଗ ଦେବା ପରେ ପଞ୍ଚାନନ ଦାସ କହିଛନ୍ତି ଯେ କଂଗ୍ରେସକୁ ଆସିବାର ଲକ୍ଷ୍ୟ ହେଉଛି ଗରିବ ଖଟିଖିଆଙ୍କ ପାଇଁ କାମ କରିବା । ଅନ୍ୟପଟେ ବିଶ୍ୱନାଥ ଆଚାର୍ଯ୍ୟ କହିଛନ୍ତି ଯେ ସମାଜରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି, ଲୋକମାନଙ୍କ ଆଶା ମଧ୍ୟ ରହିଛି, ସେହି ଉଦ୍ଦେଶ୍ୟରେ ସେ କଂଗ୍ରେସ ଦଳରେ ସାମିଲ ହୋଇଛି । ଅବସରପ୍ରାପ୍ତ ଓଏଏସ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି ଯେ ବିଜେଡି ଦଳ ୱାନ ମ୍ୟାନ ଆର୍ମି, ପଲିଟିକାଲ ପାର୍ଟି ନୁହେଁ, ସେଥିପାଇଁ ମୁଁ କଂଗ୍ରେସରେ ମିଶିଲି । ଉଦ୍ଧବ କର କହିଛନ୍ତି ଯେ ତୃଣମୂଳ ସ୍ତରରୁ କାମ କଲେ କଂଗ୍ରେସ ଉଠିବ । ଏହି ଅବସରରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୧୦୦ ବିଧାନସଭା ଓ ୧୫ ସଂସଦୀୟ କ୍ଷେତ୍ରକୁ କଂଗ୍ରେସର ଟାର୍ଗେଟ୍ ଥିବା ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆଗୁଆ ୧୦୦ ଜଣଙ୍କୁ ଟିକେଟ ପାଇଁ କାର୍ଯ୍ୟକାରିଣୀରେ ବ୍ଲୁ ପ୍ରିଣ୍ଟ ହୋଇଥିବା ସେ କହିଛନ୍ତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post