ଶାହଙ୍କୁ ଟାର୍ଗେଟ କଲେ କେଜ୍ରିୱାଲ

ଦିଲ୍ଲୀରେ ବଢୁଥିବା ଅପରାଧ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେଜ୍ରିୱାଲ ସିଧାସଳଖ କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଦିଲ୍ଲୀରେ ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।ଆଇନ ଏବଂ ଶୃଙ୍ଖଳା ଅମିତ ଶାହଙ୍କ ଅଧୀନରେ ଆସେ, ତେଣୁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଅଛି।  ଗତ ୧୪ ଘଣ୍ଟା ମଧ୍ୟରେ ରାଜଧାନୀରେ ତିନୋଟି ଅପରାଧ ଘଟିଛି।  ବନ୍ଧୁକମୁନରେ ବଡ଼ ବ୍ୟବସାୟୀଙ୍କଠାରୁ ବଟି ଆଦାୟ କରାଯାଇଛି। ଏଥିରେ ହିମାଂଶୁ ଭାଉ ଏବଂ ଗୋଲ୍ଡି ବରାର ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ନାମ ସାମ୍ନାକୁ ଆସିଛି।