ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ । ଏନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ସେ ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଲୋକସଭା ଓ ରାଜ୍ୟସଭା ପାଇଁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ରାଜନୀତିରୁ ଅବସର ନେଲେ ମଧ୍ୟ ପୂର୍ବଭଳି ସମାଜସେବା ଜାରି ରଖିବେ ବୋଲି ଅଚ୍ୟୁତ କହିଛନ୍ତି ।୨୦ ଜାନୁଆରୀ ୧୯୬୫ରେ ଜନ୍ମ ହୋଇଥିବା ଅଚ୍ୟୁତାନନ୍ଦ ସାମନ୍ତ ଓଡ଼ିଶାର ଜଣେ ସାମଜିକ ଉଦ୍ୟୋକ୍ତା, ଶିକ୍ଷକ, ସମାଜସେବୀ ଏବଂ ରାଜନୀତିଜ୍ଞ । ଭୁବନେଶ୍ୱରରେ ଥିବା କିଟ୍ ବିଶ୍ୱବିଦ୍ୟାଳୟ (KIIT) ଏବଂ କିସ୍ ର (KISS) ସେ ପ୍ରତିଷ୍ଠାତା ଅଟନ୍ତି । ୧୭ଶ ଲୋକ ସଭାକୁ ସେ କନ୍ଧମାଳ ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ ।ନିଜେ ପ୍ରତିଷ୍ଠା କରିଥିବା କାଦମ୍ବିନୀ ମିଡ଼ିଆଦ୍ୱାରା ସେ ସଂସ୍କୃତି ଏବଂ କଳାର ପ୍ରଚାର ମଧ୍ୟ କରନ୍ତି । ନହ୍ନି ପରୀ ନାମକ ଲିଟିଲ ମିସ ଇଣ୍ଡିଆ ପ୍ରତିଯୋଗିତାର ସେ ୨୦୦୦ ମସିହାରୁ ଆୟୋଜନ କରୁଛନ୍ତି । ସେ ୨୫ଟି ଆଧ୍ୟାତ୍ମିକ କେନ୍ଦ୍ର ସ୍ଥାପନା କରିସାରିଛନ୍ତି ଏବଂ ମହାତ୍ମାଗାନ୍ଧୀଙ୍କର ସ୍ମୃତିରେ ଗାନ୍ଧୀ ଗ୍ରାମ ନାମକ ସଂଗ୍ରହାଳୟ ସ୍ଥାପନ କରିବାକୁ ଯାଉଛନ୍ତି; ଯେଉଁଥିରେ ଆଦିବାସୀ ଲୋକଙ୍କର ଜୀବନ ଶୈଳୀ, କଳା, ସଂସ୍କୃତି ଏବଂ ଯୋଗ ଏବଂ ଆଧ୍ୟାତ୍ମିକ ମନୋଭାବ ପାଇଁ ଏକ କେନ୍ଦ୍ର ରହିବ । ତାଙ୍କୁ ସମ୍ମାନଜନକ ଡି ଲିଟ (Doctor of Letters (D.Litt.) ଉପାଧି ଡ୍ୟାଫୋଡିଲ ଅନ୍ତର୍ଜାତୀୟ ମହାବିଦ୍ୟାଳୟରୁ ମିଳିଥିଲା ।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
Prev Post
Next Post