ବିଜେପିର ଅନ୍ୟନାମ ବିକାଶ । ବିକାଶକୁ ତ୍ୱରାନ୍ୱିତ କରିବା ଦାୟିତ୍ୱ ଆମ ସମସ୍ତଙ୍କର । ଏହି କାରଣରୁ ବିଜେପି ଆଜି ସମଗ୍ର ଭାରତବର୍ଷରେ ଆଦୃତ ହୋଇ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ଭାବେ ପ୍ରତିଷ୍ଠା ଲାଭ କରିଛି । ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବା ପରେ “ନିର୍ବାଚନୀ ଘୋଷଣାନାମା”ରେ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ଆମେ ପୂରଣ କରିଛୁ । ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖି ପାର୍ଟିର ବିଚାରଧାରା, ଆଦର୍ଶ ଏବଂ ବିଜେପି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା ଆମ ସମସ୍ତଙ୍କର ମୂଳ ଲକ୍ଷ୍ୟ । ପଂଚାୟତ ନିର୍ବାଚନରେ ପାର୍ଟିର ସଫଳତା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ । ଆଜିର ଏହି ମିଶ୍ରଣ ପର୍ବ ବେଗୁନିଆ – ବୋଲଗଡ ନିର୍ବାଚନ ମଣ୍ଡଳୀ ସମେତ ଖୋର୍ଦ୍ଧା ଜିଲ୍ଲାର ସଂଗଠନକୁ ସୁଦୃଢ କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ଅବସରରେ ବେଗୁନିଆ – ବୋଲଗଡ ନିର୍ବାଚନ ମଣ୍ଡଳୀର ବୋଲଗଡରୁ ଦଳେଇସାହି ଗ୍ରାମ ପଂଚାୟତର ସରପଂଚ ସୁଶାନ୍ତ କୁମାର ପରିଡାଙ୍କ ସମେତ ସମିତି ସଭ୍ୟା ମନସ୍ମିତା ଦଳାଇ, ସମିତିସଭ୍ୟାଙ୍କ ପ୍ରତିନିଧି ଶରତ କୁମାର ଦଳାଇ, ୱାର୍ଡ ମେମ୍ବର କୈଳାସ ସୁନ୍ଦରାୟ, ଜ୍ୟୋସ୍ନାରାଣୀ ନାୟକ, ଭାଗୀରଥି ପୃଷ୍ଟି, ଖୁର୍ସିଜା ବେମମ, ପବନି ଦେଇ, ସେହନ୍ସା ବେଗମ, ସେକ୍ କାଜଲ, ଅଶାନ୍ତି ବିଶ୍ୱାଳ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ।
ସେହିପରି ସାନପଦର ଗ୍ରାମ ପଂଚାୟତର ସମିତିସଭ୍ୟ ତଥା ବିଜୁ ଜନତା ଦଳ ଉପସଭାପତି ଦିଲ୍ଲୀପ କୁମାର ମହାପାତ୍ର, ୱାର୍ଡ ମେମ୍ବର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ତ୍ରିନାଥ ମୁଦୁଲି, ମନୋଜ କୁମାର ପରିଡା, ଅନନ୍ତ ମୁଦୁଲି, ସ୍ୱାଧିନ ମହାପାତ୍ର, ବିରଜା ପ୍ରସାଦ ଭଞ୍ଜ ସାମନ୍ତ, ରଶ୍ମୀରଞ୍ଜନ ବେହେରା, ମାୟାଧର ରାଉତରାୟ, ପ୍ରଫୁଲ କୁମାର, ଅମରେନ୍ଦ୍ର ; ଅସରଳା ଦଳ ଗ୍ରାମ ପଂଚାୟତର ସମିତିସଭ୍ୟାଙ୍କ ପ୍ରତିନିଧି ପ୍ରଦିପ କୁମାର ମହାପାତ୍ର, ୱାର୍ଡ ମେମ୍ବର ପବିତ୍ର ନାୟକ, ରୁପାଲି ସାହୁ; ସାଗୁରଗାଁ ଗ୍ରାମ ପଂଚାୟତର ସମିତିସଭ୍ୟ ତୋଫାନ ବେହେରା; ପଙ୍ଗାରସିଂ ଗ୍ରାମ ପଂଚାୟତର ରଜତ ମହାପାତ୍ର; ଫାସିଓଦା ଗ୍ରାମ ପଂଚାୟତର ବ୍ରଜକିଶୋର ସୁବୁଦ୍ଧି, ନେପାଳ ରାୟ, ନିରଞ୍ଜନ ସେଠୀ, ଅଭିଳାଷ ପଣ୍ଡା, ରାକେଶ ମିଶ୍ର ପ୍ରମୁଖ ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ବରିଷ୍ଠ ନେତା ପ୍ରକାଶ ରଣବିଜୁଳି, ରୁଦ୍ର ନାରାୟଣ ବାହିନୀପତି, ସୁମିତ୍ରା ବାହିନୀପତି, ଅକ୍ଷୟ ରାଉତ, ସୌମ୍ୟରଞ୍ଜନ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧିକୁ ଆମେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବୁ: ଡ.ମୁକେଶ ମହାଲିଙ୍ଗ
Next Post