ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏ ମେଣ୍ଟକୁ ପରାସ୍ତ କରିବା ଲାଗି ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଗୋଟିଏ ପରେ ଗୋଟିଏ ସମସ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ମେଣ୍ଟର ଦୁଇ ଦଳ ଜେଡିୟୁ ଓ ଆରଜେଡି ମଧ୍ୟରେ ଆସନ ବୁଝାମଣା ଅଙ୍କ ଅସମାହିତ ରହିଛି। ବିହାରରେ ଏହି ଦୁଇ ଦଳର ପ୍ରମୁଖ ଉପସ୍ଥିତି ରହିବା ସହିତ କ୍ଷମତାସୀନ ଅଛନ୍ତି। ମାତ୍ର ଆଗାମୀ ଲୋକସଭା ନିର୍ବାଚନ ଲାଗି ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା କଥାବାର୍ତ୍ତା ହୋଇଥିବାବେଳେ ଏହା ଅସମାହିତ ରହିଛି। ବିହାରର ସୀତାମାଢ଼ି, ମାଧେପୁରା, ଗୋପାଳଗଞ୍ଜ, ସିୱାନ ଓ ଭାଗଲପୁର ବାଙ୍କା ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଅବୁଝାମଣା ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ବ ଆରଜେଡି ଏହିସବୁ ଆସନରେ ପ୍ରାର୍ଥୀ ଦେବାକୁ ଦାବି କରିଛି। ମାତ୍ର ଆରଜେଡିର ଏପରି ଦାବିକୁ ନୀତୀଶ କୁମାରଙ୍କ ନେତୃତ୍ବ ଜେଡିୟୁ ଅଗ୍ରାହ୍ୟ କରିଛି। ବିହାରରେ ମୋଟ ଲୋକସଭା ଆସନ ସଂଖ୍ୟା ୪୦। ୨୦୧୯ ନିର୍ବାଚନରେ ଏହି ୪୦ ଆସନରୁ ଜେଡିୟୁ ୧୬ଟିରେ, ବିଜେପି ୧୭ଟିରେ, କଂଗ୍ରେସ ଗୋଟିଏ, ଏଲଜେପି ୬ଟିରେ ବିଜୟୀ ହୋଇଥିଲା। ଆରଜେଡି ଗୋଟିଏ ହେଲେ ଆସନରେ ବିଜୟୀ ହୋଇପାରି ନଥିଲା। ୨୦୨୪ ନିର୍ବାଚନରେ ଜେଡିୟୁ ଏହାର ସମସ୍ତ ୧୬ଟି ଆସନରେ ନିଜର ପ୍ରାର୍ଥୀ ଦେବା ସହିତ ଅଧିକ ଦାବି କରିଛି। ବିଶେଷକରି ଗତ ନିର୍ବାଚନରେ ଯେଉଁସବୁ ଆସନରେ ଜେଡିୟୁର ଅଧିକ ପ୍ରଭାବ ରହିଥିଲା ସେଠାରେ ଏଥର ପ୍ରାର୍ଥୀ ଦେବାକୁ ଦାବି କରିଛି।
ପ୍ରାଥମିକ କଥାବାର୍ତ୍ତା ଅନୁଯାୟୀ ୪୦ଟି ଆସନରୁ ଆରଜେଡି ଓ ଜେଡିୟୁ ୧୬ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେବେ।
Trending
- ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
Prev Post