ବିଜେଡି ଆଗାମୀ ଦିନରେ ରହିବ କି ନାହିଁ ସେ କଥା ଚିନ୍ତା କରନ୍ତୁ। ତାଙ୍କର ୨ ସାଂସଦ ଆସିଲେଣି। ଜିଲ୍ଲାସ୍ତରରେ ଗଣ୍ଡଗୋଳ ଲାଗି ରହିଛି। ବିଜେଡିକୁ କିଭଳି ସମ୍ଭାଳି ରଖିବେ ସେକଥା ଚିନ୍ତା କରନ୍ତୁ। ଆଜି ଗୋଟିଏ ହୁଇସିଲ୍ ମାରିଲେ ବିଜେଡି ଭାଙ୍ଗିଯିବ ବୋଲି ଜୟନାରାୟଣ କହିଛନ୍ତି। ବିରୋଧୀଦଳ ଶାସକ ଦଳ ମଧ୍ୟରେ ଚାଲିଛି ଟକରାଟକରି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ୧୪୦ ତ ଅଲଗା କଥା, ୪୦ ସିଟ୍ରେ ଜିତିକି ଦେଖାନ୍ତୁ ବୋଲି କହିଛନ୍ତି ଜୟନାରାୟଣ ।
ପ୍ରମିଳାଙ୍କ ମନ୍ତବ୍ୟକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଓଡ଼ିଶାରେ ଗୋଟିଏ ଦଳ ରହିବ। ରାଜ୍ୟରେ ଆଉ ବିଜେଡିର ସ୍ଥାନ ନାହିଁ। ଧିରେ ଧିରେ ବିଜେଡି ନେତା ଓ କର୍ମୀ ଦଳ ଛାଡିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
ଆଜି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ବିଜେଡି ଆଜି ମଧ୍ୟ ରାଜ୍ୟରେ ଏକ ନମ୍ବର ଦଳ। ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଜିତିବ। ଆମ ଦଳରେ କେହି ବିଷୋଦଗାର କରୁନାହାଁନ୍ତି। ପ୍ରସନ୍ନ ପାଟ୍ଟଶାଣୀ କେବେଠୁ ବିଜେପି ପଳାଇଲେଣି। ବିଜେପି ଆଗେ ତାଙ୍କ ଅବସ୍ଥା ସମ୍ଭାଳନ୍ତୁ ବୋଲି ପ୍ରମିଳା କହିଥିଲେ।