ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଛାଡ଼ିବାର ଗୋଟିଏ ଦିନ ପୂର୍ବରୁ ରବିବାର ଦେଶ ବାସୀଙ୍କୁ ସମ୍ବୋଧିତ କରିଛନ୍ତି। କୋବିନ୍ଦ ନିଜ ଅନୁଭବ ଉପରେ ଚର୍ଚ୍ଚା କରି କହିଛନ୍ତି, ‘ଅନେକ ଦେଶ ଗସ୍ତ କରିବା ପରେ ମୋ ଭିତରେ ବିଶ୍ୱାସ ଦୃଢ଼ ହୋଇଛି ଯେ ଆମର ଲୋକ ହିଁ ବାସ୍ତବ ରାଷ୍ଟ୍ର ନିର୍ମାତା। ଏଭଳି ମହାନ ଦେଶବାସୀଙ୍କ ହାତରେ ଆମର ଭବିଷ୍ୟତ ସୁରକ୍ଷିତ’।ରାଷ୍ଟ୍ରପତି କହିଛନ୍ତି, ‘ଯେତେବେଳେ ମୁଁ ନିଜର ଛୋଟ ଗାଁରେ ବାଳକପରି ମୋ ଭବିଷ୍ୟତକୁ ବୁଝିବାକୁ ଚେଷ୍ଟା କରୁଥିଲି। ସେତେବେଳେ ଦେଶ ସ୍ୱାଧୀନତା ପାଇବାର ମାତ୍ର କିଛି ବର୍ଷ ହୋଇଥିଲା। ମୋର ଆଶା ଥିଲା ଯେ ଦେଶ ନିର୍ମାଣରେ ଯୋଗଦାନ କରିବି। ଆମ ଭାରତ ଗଣତନ୍ତ୍ରର ଶକ୍ତି ଏହା ଯେ ସବୁ ନାଗରିକଙ୍କ ପାଇଁ କବାଟ ଖୁଲା ରହିଥାଏ ସେମାନେ କିଛି ବି କରିପାରିବେ’। ସେ ଆହୁରି କହିଛନ୍ତି, ମୋର କାର୍ଯ୍ୟକାଳ ଭିତରେ ସମାଜର ସବୁ ବର୍ଗଙ୍କ ପାଖରୁ ପୂର୍ଣ୍ଣ ସହଯୋଗ, ସମର୍ଥନ ଓ ଆଶୀର୍ବାଦ ପାଇଛି। କୋବିନ୍ଦ କହିଛନ୍ତି, “ଯଦି କାନପୁରର ଏକ ଗାଁରୁ ଜଣେ ବ୍ୟକ୍ତି ଆଜି ଆପଣଙ୍କୁ ସମ୍ବୋଧିତ କରୁଛନ୍ତି, ତେବେ ଏହା ଭାରତର ଗଣତନ୍ତ୍ରର ଜୀବନ୍ତ ପ୍ରମାଣ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ