ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮ ଆସନରେ ସଫଳତା ସହ ଶାସକ ଭାଜପା ହ୍ୟାଟ୍ରିକ୍ ବିଜୟ ଲାଭ କରିଛି। ଏଠାରେ ଭାଜପାକୁ ଗାଦିଚ୍ୟୁତ କରିବା ପାଇଁ ଆଶାବାଦୀ ଥିବା କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି। ଏହି ଦଳ ୩୭ ଆସନରେ ସୀମିତ ହୋଇ ରହିଯାଇଛି। ଇଣ୍ଡିଆନ୍ ନ୍ୟାଶନାଲ ଲୋକ ଦଳ (ଆଇଏନ୍ଏଲ୍ଡି) ମାତ୍ର ୨ ଆସନ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ୩ ଆସନ ଦଖଲ କରିଛନ୍ତି। କିଙ୍ଗ୍ମେକର ହେବାକୁ ଆଶା ବାନ୍ଧିଥିବା ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏବଂ ଲୋକ ସଭା ନିର୍ବାଚନ ବେଳେ ଅଧିକ ଆସନ ଦାବିକରି ସରକାରରୁ ବିଦା ହୋଇଥିବା ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି) ଖାତା ଖୋଲିପାରି ନାହିଁ।
Trending
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
Prev Post
Next Post