ନୂଆବର୍ଷରେ ବଦଳିଲା ପରମ୍ପରା: ଅଫିସ୍‌ରେ ହେବନି ଭୋଜିଭାତ, କାର୍ଯ୍ୟକୁ ପ୍ରାଥମିକତା ଦେଲେ ‘ମୋହନ ସରକାର’

 

ଭୁବନେଶ୍ୱର: ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ନୂଆବର୍ଷ ପାଳନ ଶୈଳୀରେ ଚଳିତ ବର୍ଷ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଜାନୁଆରୀ ୧ ତାରିଖକୁ କୌଣସି ଉତ୍ସବ ନୁହେଁ, ବରଂ ଏକ ‘ସାଧାରଣ କାର୍ଯ୍ୟ ଦିବସ’ ଭାବେ ପାଳନ କରାଯିବ। ସରକାରୀ କାର୍ଯ୍ୟାଳୟ ପରିସରରେ କେକ୍ କଟା, ଭୋଜିଭାତ କିମ୍ବା ପାର୍ଟି ଆୟୋଜନ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ  ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ସ୍ପଷ୍ଟ କରାଯାଇଛି ଯେ, ନିଜେ ମୁଖ୍ୟମନ୍ତ୍ରୀ ଜାନୁଆରୀ ୧ ତାରିଖରେ ସାଧାରଣ ଦିନ ଭଳି ନିୟମିତ ସରକାରୀ କାର୍ଯ୍ୟ କରିବେ। କେହି ମଧ୍ୟ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ କିମ୍ବା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭିଡ଼ ନକରିବାକୁ ଅନୁରୋଧ କରାଯାଇଛି। କେବଳ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ ସରକାରୀ ଅର୍ଥ କିମ୍ବା ସମୟ ଅଯଥାରେ ଖର୍ଚ୍ଚ ନକରି ସେବାକୁ ପ୍ରାଥମିକତା ଦେବା ପାଇଁ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି।

Leave a comment