ଗତକାଲି ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେଇ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତରରେ ଏମିତି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର । ନବୀନ କେନ୍ଦ୍ରରେ ମୋଦି ସରକାରଙ୍କ ବୈଦେଶିକ ନୀତି ଏବଂ ଦୁର୍ନୀତି ରୋକିବାରେ ପଦକ୍ଷେପକୁ ପ୍ରଂଶସା କରିଥିଲେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୧୦ରୁ ୮ ପଏଣ୍ଟ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ତାରିଫ କରିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରରେ ଦୁର୍ନୀତି କମିଛି ।ମୋଦି ଦେଶବାସୀଙ୍କ ସେବା କରିବାକୁ ଯଥାସମ୍ଭବ ପ୍ରୟାସ କରିଛନ୍ତି । କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ସମର୍ଥନ ଦେଇଛି ବିଜେଡି । ଓଡ଼ିଶାର ବିକାଶରେ କେନ୍ଦ୍ର ସହ ସମନ୍ବୟରେ ରାଜ୍ୟ ସରକାର କାମ କରୁଛନ୍ତି । ଜଣେ ଅଣ ଏନଡିଏ ନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ମନ୍ତବ୍ୟକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋର ଚର୍ଚ୍ଚା ଧରିଛି । ଏଥିସହ ଓଡ଼ିଶା ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲରେ ନିଜ ଲୋକପ୍ରିୟତାର ରାଜ କହିଥିଲେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଲେ, ରାଜନୀତିକୁ ଆସିବା ପରଠୁ ଦୁର୍ନୀତି ହଟାଇବା ମୂଳ ଲକ୍ଷ୍ୟ ରହି ଆସିଛି ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post